ଦିଲ୍ଲୀରୁ ମଥୁରାନଗରୀକୁ ରେଳ ସଂଯୋଗ ପାଇଁ ମହାରାଜା କଂସଙ୍କ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 5, 2020

ଦିଲ୍ଲୀରୁ ମଥୁରାନଗରୀକୁ ରେଳ ସଂଯୋଗ ପାଇଁ ମହାରାଜା କଂସଙ୍କ ନିର୍ଦ୍ଦେଶ

ବରଗଡ଼ (ଦୀପକ ଶର୍ମା): ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ଉଠୁଛି ପଡ଼ୁଛି ମଥୁରାନଗରୀ ସାଜିଥିବା ବରଗଡ଼ ସହର ଓ ଗୋପପୁର ସାଜିଥିବା ଅମ୍ବାପାଲି। ଗତକାଲି ପଞ୍ଚମ ଦିନରେ ଅମ୍ବାପାଲି ହୋଇଥିଲା ଉତ୍ସବ ମୁଖର। ସେଠାରେ ଶ୍ରୀକୃଷ୍ଣଙ୍କ ଦଧିହାଣ୍ଡି ଭଙ୍ଗ, ମାତା ଦେବକୀଙ୍କ ଦ୍ୱାରା ବନ୍ଧନ, ଯାମଳାର୍ଜୁନ ଭଞ୍ଜନ, ବ୍ରହ୍ମାଙ୍କ ବଂଶୀ ପ୍ରଦାନ ସହିତ କାଳୀୟ ଦଳନ ପ୍ରଦର୍ଶିତ ହୋଇଥିଲା। ଅନ୍ୟପକ୍ଷରେ ମଥୁରାନଗରୀ ବା ବରଗଡ଼ ସହରରେ କଂସଙ୍କ ସହ ହେତି-ପ୍ରହେତିଙ୍କ ବିବାହ ସଂପନ୍ନ ହୋଇଥିଲା।

ଗତକାଲି ରାଜଦରବାରକୁ ସମ୍ୱଲପୁର ରେଳମଣ୍ଡଳର ଡି.ଆର.ଏମ୍ ପ୍ରଦୀପ କୁମାର, କ୍ରୀଡାବିତ୍‌ ଦୂତି ଚାନ୍ଦ, କୋଚ୍‌ ଶିବ ମିଶ୍ର ଓ ବିଧାନସଭାର ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାୟକ ପ୍ରମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଦିଲ୍ଲୀରୁ ମଥୁରାନଗରୀ (ବରଗଡ଼)କୁ ରେଳ ସଂଯୋଗ ପାଇଁ ସମ୍ୱଲପୁର ଡି.ଆର.ଏମ୍‌ ପ୍ରଦୀପ କୁମାରଙ୍କୁ ମହାରାଜା କଂସ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାୟକ ତାଙ୍କ ଅଭିଭାଷଣରେ ବିଭିନ୍ନ ଫସଲର ଅଭାବ ବିକ୍ରି, କଟନିଛଟନି, ମଥୁରା ନଗରୀରେ ଆୟୁଷ୍ମାନ ଯୋଜନା ଲାଗୁ ହେଉ ନଥିବା ଓ ନାରୀ ଅତ୍ୟାଚାର ବଢ଼ିଥିବା ଆଦି ଅଭିଯୋଗ କରିଥିଲେ। ଏଥିସହ ଧନୁଯାତ୍ରାକୁ ସ୍ୱଳ୍ପ ପରିମାଣର ସରକାରୀ ଅନୁଦାନ ମିଳୁଥିବାରୁ ଏହାକୁ ବଢ଼ାଇବାକୁ ଦାବି କରିଥିଲେ। ଏହିସବୁ ବିଷୟରେ ଦାୟିତ୍ୱ ନେଇ ସରାକରଙ୍କ ସହ ପରାମର୍ଶ କରିବା ପାଇଁ ବିରୋଧୀ ଦଳ ନେତାଙ୍କୁ ମହାରାଜା କଂସ ନିର୍ଦ୍ଦେଶ ଦେଇଥିଲେ।

ଆଜି ଷଷ୍ଠ ଦିନରେ ମଥୁରା ନଗରୀରେ ପଡ଼ୋଶୀ ରାଜ୍ୟର ରାଜାଙ୍କୁ ନେଇ ରଙ୍ଗସଭା ଓ ଆସନ୍ନ ଯୁଦ୍ଧ ପାଇଁ ଆଲୋଚନା ହେବ। ସେହିପରି ଗୋପପୁରରେ ଗୋପୀଙ୍କ ଦଧିବିକା ଓ କୃଷ୍ଣଙ୍କ ବସ୍ତ୍ରହରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।



from Odisha Reporter https://ift.tt/37ANQF2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages