ଅନୁଗୋଳ(ବିରଜା ଦାଶ): ଅନୁଗୋଳ ରେଞ୍ଜ ପୋକୁଣ୍ଡା ସେକ୍ସନର ବୃନ୍ଦାବନପୁର ନିକଟରୁ ଏକ ଅଣ୍ଡିରା ହାତୀର ମୃତଦେହ ଠାବ କରାଯାଇଛି। ମୃତ ହାତୀଟିର ଆନୁମାନିକ ବୟସ ୩୦ ବର୍ଷ ହେବ।
ଆଜି ସକାଳେ ସ୍ଥାନୀୟ ଲୋକେ ହାତୀଟିର ମୃତଦେହକୁ ଦେଖି ବନବିଭାଗକୁ ଖବର ଦେଇଥିଲେ। ଏହାପରେ ଅନୁଗୋଳ ବନଖଣ୍ଡ ଅଧିକାରୀଙ୍କ ସହିତ ବନ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି। ପ୍ରାଥମିକ ଅନୁସନ୍ଧାନରୁ କୌଣସି ରୋଗ ପାଇଁ ହାତୀଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଅନୁଗୋଳ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।
from Odisha Reporter https://ift.tt/37MP9kv
No comments:
Post a Comment