ସତ ଲୁଚାଇବାକୁ ପ୍ରୟାସ, ଏସଜିପିସିକୁ ଭିସା ଦେଲାନି ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 12, 2020

ସତ ଲୁଚାଇବାକୁ ପ୍ରୟାସ, ଏସଜିପିସିକୁ ଭିସା ଦେଲାନି ପାକିସ୍ତାନ

ଅମୃତସର: ପାକିସ୍ତାନ ଶିରୋମଣୀ ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସଜିପିସି)କୁ ଭିସା ଦେବା ପାଇଁ ମନା କରି ଦେଇଛି। ଗତ ସପ୍ତାହରେ ନନକାନା ସାହିବରେ ଗୁରୁଦ୍ୱାର ନିକଟରେ ଶିଖ ସମୁଦାୟଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣାକୁ ନେଇ ଏସଜିପିସିର ଚାରି ଜଣିଆ ସଦସ୍ୟ ଟିମ୍ ଗୁରୁଦ୍ୱାର ନନକାନା ସାହିବ ଯିବା ପାଇଁ ଚାହିଁଥିଲେ।

ଏସଜିପିସିର ଅଧ୍ୟକ୍ଷ ଗୋବିନ୍ଦ ସିଂହ କହିଛନ୍ତି, ନନକାନା ଗୁରୁଦ୍ୱାର ଘଟଣାରେ ତଦନ୍ତ ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଯିବା ପାଇଁ ଚାହୁଁଛି। ହେଲେ ପାକିସ୍ତାନ ଭିସା ଦେଉ ନାହିଁ। ତଥାପି ପୁଣି ଥରେ ଭିସା ପାଇଁ ଏସଜିପିସି ଆବେଦନ କରିବ ବୋଲି ସେ କହିଛନ୍ତି। ଏହି ଟିମ୍ ଘଟଣାସ୍ଥଳକୁ ଯାଇ ଲୋକଙ୍କ ସହ ଆଲୋଚନା କରିବ। ଏହାପରେ ହିଂସା ଘଟଣାର ପ୍ରକୃତ କାରଣ ଜଣାପଡ଼ିବ। ଏଥିପାଇଁ ଏସଜିପିସି ଟିମ୍ ଗଢ଼ା ହୋଇଛି ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ, ପାକିସ୍ତାନ ପଞ୍ଜାବ ପ୍ରାନ୍ତର ରାଜ୍ୟପାଳ ଏସଜିପିସି ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁ ବୋଲି ଚାହୁଁ ନାହାନ୍ତି। ତେଣୁ ପାକିସ୍ତାନ ସରକାର ଭିସା ଦେବାକୁ ରାଜି ହେଉନାହାନ୍ତି।

ସୂଚନାଯୋଗ୍ୟ, ଗୁରୁ ନାନକଙ୍କ ଜନ୍ମସ୍ଥଳୀ ତଥା ଶିଖ ଧର୍ମାଲମ୍ୱୀଙ୍କ ପବିତ୍ର ପୀଠ ନାନକାନା ଗୁରୁଦ୍ୱାରା ହଠାତ୍ ଶିଖ ଲୋକଙ୍କ ଉପରେ ପଥର ମାଡ଼ ହୋଇଥିଲା। ଏଭଳି ଘଟଣା ପଛରେ ଅଗଷ୍ଟରେ ଜଣେ ଶିଖ ଯୁବତୀ ଜଗଜିତ କୌରଙ୍କୁ ଅପହରଣ ପରେ ଧର୍ମ ପରିବର୍ତ୍ତନ ପରେ ବିବାହ ମାମଲା ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2NjDUrF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages