‘ମୋଗାମ୍ବୋ’ ରୋଲ୍‌ ପାଇଁ ପ୍ରଥମ ପସନ୍ଦ ନଥିଲେ ଅମରିଶ ପୁରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 12, 2020

‘ମୋଗାମ୍ବୋ’ ରୋଲ୍‌ ପାଇଁ ପ୍ରଥମ ପସନ୍ଦ ନଥିଲେ ଅମରିଶ ପୁରୀ

ମୁମ୍ବାଇ: ମୋଗାମ୍ବୋ ଖୁସ୍‌ ହୁଆ ! ୧୯୮୭ରେ ଆସିଥିବା ଅନୀଲ କପୁରଙ୍କ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ରେ ଦିବଂଗତ ଅଭିନେତା ଅମରିଶ ପୁରୀଙ୍କଠାରୁ ଶୁଣିବାକୁ ମିଳିଥିଲା ଏହି ଡାଇଲଗ୍। ଏହା ସମସ୍ତଙ୍କ ମନ କିଣି ନେଇଥିଲା। ଆଜି ବି ଲୋକେ ଏ ଡାଇଲଗ୍‌କୁ ମନେ ପକାନ୍ତି। ଏହି ଫିଲ୍ମରେ ଅମରିଶ ପୁରୀ ଭିଲେନ୍‌ ‘ମୋଗାମ୍ବୋ’ ଭୂମିକାରେ ଅଭିନୟ କରିଥିଲେ।

‘ମୋଗାମ୍ବୋ’ ଭୂମିକାରେ ସେ ଚମତ୍କାର ଅଭିନୟ କରିଥିଲେ। ତେବେ ଏହି ଡାଇଲଗ୍ ତାଙ୍କ ଚରିତ୍ରକୁ ଆହୁରି ଜୀବନ୍ତ କରି ଦେଇଥିଲା। ଏହାପରେ ଦର୍ଶକ ଏହି ଭୂମିକାରେ ଆଉ କାହାକୁ କଳ୍ପନା ବି କରିପାରି ନାହାନ୍ତି। ହେଲେ ଆପଣମାନେ ଜାଣନ୍ତି, ଏହି ରୋଲ୍‌ ପାଇଁ ନିର୍ଦ୍ଦେଶକ ଶେଖର କପୁରଙ୍କ ପ୍ରଥମ ପସନ୍ଦ ଅମରିଶ ପୁରୀ ନଥିଲେ। ଏହି ଚରିତ୍ର ପାଇଁ ତାଙ୍କର ପ୍ରଥମ ପସନ୍ଦ ଥିଲେ ଅନୁପମ୍ ଖେର। ଶେଖର ଓ ବୋନି କପୁର ଏହି ରୋଲ୍‌ ପାଇଁ ଅନୁପମଙ୍କୁ ହିଁ ଫାଇନାଲ୍‌ କରିଥିଲେ। ଅନୁପମ ଏକ ସାକ୍ଷାତକାର୍‌ରେ ଏ କଥା କହିଥିଲେ।

ସେ କହିଥିଲେ ଯେ ‘ମିଷ୍ଟର ଇଣ୍ଡିଆ’ ଫିଲ୍ମରେ ‘ମୋଗାମ୍ବୋ’ ରୋଲ୍‌ ପାଇଁ ପ୍ରଥମେ ତାଙ୍କୁ ଅଫର୍‌ ମିଳିଥିଲା। କିନ୍ତୁ ମାସେ ଦୁଇମାସ ପରେ ଫିଲ୍ମ ନିର୍ମାତା ତାଙ୍କୁ ରିପ୍ଲେସ୍ କରି ଅମରେଶ ପୁରୀଜୀଙ୍କୁ ନେଇଥିଲେ।

କୁହାଯାଏ, ଫିଲ୍ମର ଲିଡ୍‌ ଆକ୍ଟର ଅନୀଲ୍ କପୁର୍‌ କଥାରେ ଏଭଳି କରାଯାଇଥିଲା। ଅମରିଶ ପୁରୀଙ୍କୁ ଏଥିରେ ନେବା ପାଇଁ ସେ ବୋନି ଓ ଶେଖର କପୁରଙ୍କୁ ସୁପାରିସ କରିଥିଲେ।

ସୂଚନାଯୋଗ୍ୟ, ୧୯୬୭ ରୁ ୨୦୦୫ ଭିତରେ ଅମରିଶ ଅନେକ ହିଟ୍‌ ଫିଲ୍ମ ଦେଇଥିଲେ। ଏହା ମଧ୍ୟରେ ‘ଦିଲ୍‌ ୱାଲେ ଦୁଲହନିଆ ଲେ ଯାଏଙ୍ଗେ’, ‘ଦାମିନି’, ‘ଘାତକ’, ‘ମେରି ଜଙ୍ଗ’, ‘କୋଏଲା’, ‘ନାୟକ’, ‘ନାଗିନା’, ‘କରନ୍‌ ଅର୍ଜୁନ୍’, ‘ବିରାସତ୍’, ‘ପରଦେଶ’, ‘ଗୁଣ୍ଡାରାଜ’, ‘ଦିଲ୍‌ଜଲେ’ ଓ ‘ଗଦର: ଏକ୍ ପ୍ରେମ କଥା’ ପରି ଅନେକ ହିଟ୍ ଫିଲ୍ମ ରହିଛି। ୨୦୦୫ ମସିହା ଜାନୁଆରୀ ୫ ତାରିଖରେ ତାଙ୍କର ପରଲୋକ ହୋଇଥିଲା। ତାଙ୍କର ମୃତ୍ୟୁ ବଲିଉଡ୍‌ ପାଇଁ ଏକ ଅପୂରଣୀୟ କ୍ଷତି ହୋଇ ରହିଯାଇଛି।



from Odisha Reporter https://ift.tt/36HfaBr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages