ଶିରିଡ଼ି ବନ୍ଦ, ସାଇବାବାଙ୍କ ମନ୍ଦିର ଖୋଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 18, 2020

ଶିରିଡ଼ି ବନ୍ଦ, ସାଇବାବାଙ୍କ ମନ୍ଦିର ଖୋଲା

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସାଇବାଙ୍କ ଜନ୍ମଭୂମିକୁ ନେଇ ଦେଇଥିବା ବିବାଦ ବୟାନ ବିରୋଧରେ ଆଜି ଶିରିଡ଼ିରେ ବନ୍ଦ ପାଳନ ହୋଇଛି। ରାସ୍ତାଘାଟ ଶୂନଶାନ ରହିବା ସହ ଗାଡ଼ି ଚଳାଚଳ ଠପ ହୋଇଯାଇଛି। ସେହିପରି ଶିରିଡ଼ି ଓ ଏହାର ଆଖପାଖ ଗାଁରେ ଥିବା ବ୍ୟବସାୟୀକ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ଆଜି ବନ୍ଦ ରହିଥିବା ଦେଖିବାକୁ ମିଳିଛି।

ତେବେ ଶିରିଡ଼ି ବନ୍ଦ ରହିଥିଲେ ହେଁ ସାଇବାଙ୍କ ପ୍ରସିଦ୍ଧ ମନ୍ଦିର ଖୋଲା ରହିଛି। ଏଥିପାଇଁ ମନ୍ଦିର ମଧ୍ୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ବାହାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲେ ହେଁ ମନ୍ଦିର ପ୍ରାଙ୍ଗରଣରେ ଶ୍ରଦ୍ଧାଳୁମାନେ ପୂର୍ଭଭଳି ସାଇବାଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଛନ୍ତି। ଶିରିଡ଼ି ବାବା ସଂସ୍ଥାନ ଟ୍ରଷ୍ଟର ସିଇଓ ଦୀପକ ମୁଗାଲିକର କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଛି। ହେଲେ ବନ୍ଦରୁ ମନ୍ଦିର ପୂଜାର୍ଚ୍ଚନା କାର୍ଯ୍ୟକୁ ବାଦ ଦିଆଯାଇଛି।

ରବିବାର ସକାଳେ ଶିରିଡ଼ିରେ ଥିବା ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିଛି। ସ୍ଥାନୀୟ ଲୋକ ଓ ସାମାଜିକ କର୍ମୀମାନେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦେଇଥିବା ବୟାନକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସାଇବାବାଙ୍କ ଜନ୍ମଭୂମି ମହାରାଷ୍ଟ୍ରର ପରବାହିନ ଜିଲ୍ଲାର ପାଥରୀରେ ବୋଲି କହିଛନ୍ତି। କିନ୍ତୁ ବାସ୍ତବରେ ଅହମେଦନଗର ଜିଲ୍ଲା ଶିରିଡ଼ିରେ ସନ୍ଥ ସାଇବାବା ତାଙ୍କର ଅଧିକାଂଶ ସମୟ ୧୯ଶ ଶତାବ୍ଦୀରେ ଅତିବାହିତ କରିଥିଲେ।”

ଉଦ୍ଧବ ଠାକରେ ପାଥରୀ ସାଇବାବାଙ୍କ ଜନ୍ମ ସ୍ଥାନ ବୋଲି କହିବା ସହ ସାଇଙ୍କ ଜନ୍ମସ୍ଥାନର ବିକାଶ ପାଇଁ ୧୦୦ କୋଟିର ବଜେଟ ଘୋଷଣା କରିଛନ୍ତି। ସ୍ଥାନୀୟ ଅଞ୍ଚଳର ଲୋକ କହିଛନ୍ତି, ସାଇବାବାଙ୍କ ଜନ୍ମ ସ୍ଥାନ କାହାକୁ ଜଣାନାହିଁ। ତେଣୁ ପାଥରୀକୁ କେବେ ହେଲେ ସାଇଙ୍କ ଜନ୍ମ ଭୂମି ଭାବେ ବିଚାର କରାଯାଇ ପାରିବ ନାହିଁ।

ଆଜି ବନ୍ଦ ଡାକରା ଦିଆଯାଇଥିଲେ ହେଁ ସରକାରଙ୍କ ପକ୍ଷରୁ ଏଯାଏ କୌଣସି ବୟାନ ଜାରି କରାଯାଇନାହିଁ। ଆସନ୍ତାକାଲି ଉଦ୍ଧବ ଠାକରେ ସରକାରୀ ଅଧିକାରୀଙ୍କ ସହ ବୈଠକ କରି ଏ ବିଷୟରେ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ଶିରିଡ଼ି ଠାରେ ଥିବା ସଚିବାଳୟରେ ସରକାରୀ ଅଧିକାରୀ ଓ ସବୁ ପକ୍ଷ ବୈଠକରେ ଉପସ୍ଥିତ ରହିବେ।

ବିଜେପି ପକ୍ଷରୁ ଏହି ବନ୍ଦ ଡାକରାକୁ ସମର୍ଥନ କରାଯାଇଛି। ଏଥିସହ ମୁଖ୍ୟମନ୍ତ୍ରୀ ନିଜ ବୟାନ ପ୍ରତ୍ୟାହାର କରନ୍ତୁ ବୋଲି ମଧ୍ୟ ଦଳ ପକ୍ଷରୁ ଦାବି କରାଯାଇଛି।

ପାଥରୀ ଶିରିଡ଼ି ପାଖରୁ ୨୭୫ କିଲୋମିଟର ଦୂର। ଠାକରେ ଏବେ ପାଥରୀକୁ ସାଇଙ୍କ ଜନ୍ମଭୂମି କହିବା ସହିତ ଏଠିକାର ବିକାଶ ପାଇଁ ୧୦୦ କୋଟି ଟଙ୍କା ଘୋଷଣା କରିଛନ୍ତି। ହେଲେ ଅସଲ କଥା ହେଲା ସାଇଙ୍କ ଜନ୍ମଭୂମିକୁ ନେଇ ଏଯାବତ କୌଣସି ପ୍ରମାଣ ନାହିଁ। କିନ୍ତୁ ଲୋକ କଥାରେ କୁହାଯାଏ, ସେ ଶିରିଡ଼ିରେ ଆସି ସ୍ଥାୟୀ ଭାବରେ ରହିଯାଇଥିଲେ। ଏହାପରେ ଶିରିଡ଼ିର ପରିଚୟ ସାଇଙ୍କ ନାମରେ ହୋଇଆସିଛି।



from Odisha Reporter https://ift.tt/2ucbU2I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages