ମୁମ୍ୱାଇ: ଆଜି ରାତିରେ ‘ବିଗ୍ ବସ୍ ୧୩’ର ୱିକେଣ୍ଡ କି ବାର୍ ଏପିସୋଡ୍ରେ ରଶ୍ମି ଦେଶାଇ ଓ ମାହିରା ଶର୍ମାଙ୍କ ଲଢ଼େଇ ଦେଖିବାକୁ ମିଳିବ। ଏହାର ଟିଜରରୁ ଏସବୁ ଜଣାପଡ଼ିଛି।
ଟିଜରରେ ଦେଖିବାକୁ ମିଳିଛି ଯେ ସଲମାନ୍ ‘ବିବି’ ହାଉସ୍ରେ ପ୍ରତିଯୋଗୀଙ୍କ ସହିତ କଥାବାର୍ତ୍ତା କରୁଥିବା ବେଳେ ହଠାତ୍ ମାହିରା ମୁହଁ ଖୋଲିଛନ୍ତି ଓ ଅନ୍ୟତମ ପ୍ରତିଯୋଗୀ ରଶ୍ମି ଦେଶାଇଙ୍କ ସହିତ ଝଗଡ଼ା କରିଛନ୍ତି। ସେ ରଶ୍ମିଙ୍କୁ ଘୃଣା କରନ୍ତି ବୋଲି କହିଛନ୍ତି। ଏମିତିକି ତାଙ୍କ ସହିତ ସେ କଥାବାର୍ତ୍ତା ହେବା ପାଇଁ ବି ପସନ୍ଦ କରନ୍ତି ନାହିଁ ବୋଲି କହିଛନ୍ତି। ରଶ୍ମି ସର୍ବଦା ପିଠି ପଛରେ କହନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ରଶ୍ମି କହିଥିଲେ ଯେ ମାହିରାଙ୍କ ସହିତ ତାଙ୍କ ପଡ଼େ ନାହିଁ। ସେମାନଙ୍କ ମଧ୍ୟରେ ସମସ୍ୟା ରହିଛି।
ସୂଚନାଯୋଗ୍ୟ, ମାହିରା ଓ ରଶ୍ମିଙ୍କର ଏହା ପୂର୍ବରୁ ମଧ୍ୟ ଅନେକ ଥର ବିଗ୍ ବସ୍ ହାଉସ୍ରେ ଝଗଡ଼ା ହୋଇଛି। ସେହି ସମୟରେ ଦୁହିଁଙ୍କର ଅଲଗା ରୂପ ଦେଖିବାକୁ ମିଳିଥିଲା, ଯେବେ ମାହିରାଙ୍କର ଓଠକୁ ନେଇ ଥଟ୍ଟା କରିଥିଲେ ରଶ୍ମି।
from Odisha Reporter https://ift.tt/38jukxa
No comments:
Post a Comment