ଅଢ଼େଇ ଘଣ୍ଟାରେ ୨୫ କିଲୋମିଟର ଦୌଡ଼ୁଛି ୬ ବର୍ଷର ବାଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 12, 2020

ଅଢ଼େଇ ଘଣ୍ଟାରେ ୨୫ କିଲୋମିଟର ଦୌଡ଼ୁଛି ୬ ବର୍ଷର ବାଳକ

କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ): ନାଁ ସୌମ୍ୟଶ୍ରୀ ସାହୁ। ବୟସ ୬ ବର୍ଷ। ହେଲେ ଏହି କୁନି ବୟସରେ ଅଢ଼େଇ ଘଣ୍ଟାରେ ୨୫ କିଲୋମିଟର ଦୌଡ଼ି ସମସ୍ତଙ୍କୁ ଚକିତ କରିଛନ୍ତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ ଜମୁନା ଗାଁର ସୌମ୍ୟଶ୍ରୀ ପ୍ରଥମ ଶ୍ରେଣୀରେ ପାଠ ପଢ଼ନ୍ତି। ପ୍ରଥମେ ସେ ଗାଁରେ କଣ୍ଟାବଣିଆ କ୍ରିକେଟ ପଡ଼ିଆରେ ୨୫  ରାଉଣ୍ଡ ଦୌଡ଼ିଥିଲେ ଓ ହାଲିଆ ହୋଇ ନଥିଲେ। ଏହା ଦେଖି ତାଙ୍କ ବାପା ତାଙ୍କୁ ଉତ୍ସାହିତ କରିଥିଲେ। ଦୁଇ ମାସ ହେବ ସେ ତାଙ୍କ ଗାଁ ପଡ଼ିଆରେ ବିନା କୋଚ୍‌ରେ ଦୌଡ଼ୁଛନ୍ତି। ହେଲେ ଏବେ କିଛି ଦିନ ହେବ ସେ ନିଜ ଗାଁ ଯମୁନା ଠାରୁ ଜହ୍ନିକୁଦା ପର୍ଯ୍ୟନ୍ତ ଦିନେ ଛାଡ଼ି ଦିନେ ଦୌଡ଼ୁଛନ୍ତି। ଏହି ଦୁଇ ଗାଁ ମଧ୍ୟରେ ଦୂରତ୍ୱ ହେଉଛି ୨୫ କିଲୋମିଟର।

ସୌମ୍ୟଶ୍ରୀ କହିଛନ୍ତି, “ଭୋରରୁ ଉଠି ମୁଁ ଦୌଡ଼ିବାକୁ ଯାଉଛି। ବେଳେ ବେଳେ ମୁଁ ପଡ଼ିଆରେ ୨୫ ରାଉଣ୍ଡ ମାରୁଛି।”

ସୌମ୍ୟଶ୍ରୀଙ୍କ ବାପା ବସନ୍ତ ସାହୁ କହିଛନ୍ତି, “ସେ ସକାଳୁ ଉଠି ଦୌଡ଼ିବାକୁ ଯିବ ବୋଲି କହେ। ସେ ପ୍ରତିଦିନ ପଡ଼ିଆକୁ ଯାଇ ଦୌଡ଼େ। ଆମର ଆର୍ଥିକ ସ୍ଥିତି ଏତେ ଭଲ ନଥିବାରୁ ଆମେ ତାକୁ ଭଲ ଖାଦ୍ୟ ମଧ୍ୟ ଦେଇ ପାରୁ ନାହୁଁ।”

ସୌମ୍ୟ ଆଗ୍ରହକୁ ଦେଖି ତାଙ୍କ ବାପା ଏବେ ଗାଁ ପଡ଼ିଆରେ ବିଭିନ୍ନ ବ୍ୟାୟାମ ସମ୍ପର୍କରେ ଟିପ୍ସ ଦେଉଛନ୍ତି। ତେବେ ସୌମ୍ୟର ପ୍ରତିଭା ଦେଖି କେବଳ ତାଙ୍କ ପରିବାର ନୁହେଁ, ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଗର୍ବିତ। ପଙ୍କରୁ ପଦ୍ମ ଫୁଟିବା ପରି ସୌମ୍ୟ ଦିନେ ନା’ ଦିନେ ସାରା ଦେଶର ଟେକ ରଖିବ ବୋଲି ଶିକ୍ଷକ ହଟ କିଶ୍ୱର ବେହେରା କହିଛନ୍ତି।



from Odisha Reporter https://ift.tt/2R6wlWB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages