ଆରତିଙ୍କୁ ହୋଇଥିଲା ଦୁଷ୍କର୍ମ ଉଦ୍ୟମ, ଦ୍ୱିତୀୟ ମହଲାରୁ ଡେଇଁ ଅଳ୍ପକେ ବଞ୍ଚିଯାଇଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 12, 2020

ଆରତିଙ୍କୁ ହୋଇଥିଲା ଦୁଷ୍କର୍ମ ଉଦ୍ୟମ, ଦ୍ୱିତୀୟ ମହଲାରୁ ଡେଇଁ ଅଳ୍ପକେ ବଞ୍ଚିଯାଇଥିଲେ

ମୁମ୍ବାଇ: ‘ବିଗ୍‌ବସ୍‌ ୧୩’ର ଏଥର ‘ୱିକେଣ୍ଡ କା ବାର୍‌’ ଜବରଦସ୍ତ ହୋଇଛି। କାରଣ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ବିବି ହାଉସ୍‌ରେ ଏଣ୍ଟ୍ରି ନେଇଥିଲେ। ‘ଛପାକ୍‌’ର ପ୍ରମୋସନ୍ ପାଇଁ ତାଙ୍କ ସହ ଫିଲ୍ମର ଲିଡ୍‌ ଆକ୍ଟର ବିକ୍ରାନ୍ତ ମେସି ଓ ଏସିଡ୍‌ ଆକ୍ରମଣ ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲ୍‌ ମଧ୍ୟ ସାମିଲ୍‌ ହୋଇଥିଲେ। ଏହି ଅବସରରେ ଲକ୍ଷ୍ମୀଙ୍କ ସାମ୍ନାରେ ଘରର କିଛି ସଦସ୍ୟ ସେମାନଙ୍କ ଜୀବନରେ ଘଟିଥିବା କିଛି ଖରାପ ଘଟଣା ବିଷୟରେ କହିଥିଲେ। ତେବେ ଆରତି ସିଂହ ଯାହା କହିଥିଲେ, ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସେ କହିଥିଲେ, “୧୩ ବର୍ଷ ବୟସରେ ମୋତେ ଏକ ଘରେ ବନ୍ଦ କରି ଦୁଷ୍କର୍ମ କରିବାକୁ ଚେଷ୍ଟା କରାଯାଇଥିଲା। ଆଜି ବି ମୁଁ ସେ କଥା କହିଲେ ମୋ ଦେହ ଥରି ଉଠୁଛି। ଘରେ କେହି ନଥିଲାବେଳେ ଘରର ଚାକର ମୋ ସହ ଏଭଳି କରିବାକୁ ଚେଷ୍ଟା କରିଥିଲା। ଏହାପରେ ମୁଁ ବହୁତ ଚେଷ୍ଟା କରି ସେ ରୁମ୍‌ରୁ ବାହାରିକି ପଳେଇଆସିଥିଲି। ଆଉ ତା’ପରେ ମୁଁ ଘରର ଦ୍ୱିତୀୟ ମହଲାକୁ ଚାଲିଯାଇଥିଲି ଓ ସେ ମୋ ପଛେ ପଛେ ଆସୁଥିବାରୁ ମୁଁ ତଳକୁ ଡେଇଁ ପଡ଼ିଥିଲି। କିନ୍ତୁ ଆଶ୍ଚର୍ଯ୍ୟ ଯେ ମୋର କିଛି ହୋଇ ନଥିଲା ଆଉ ମୁଁ ଉଠି ମା.. ମା.. ଡାକି ଡାକି ତାଙ୍କ ପାଖକୁ ଦୌଡ଼ିକି ଯାଇଥିଲି। ଏଥିପାଇଁ ମୁଁ ସବୁବେଳେ ନିଜକୁ ଭଗବାନଙ୍କ ଝିଅ ବୋଲି କୁହେ।”

ଆରତିଙ୍କ କଥା ଶୁଣି ସମସ୍ତେ ଭାବବିହ୍ୱଳ ହୋଇପଡ଼ିଥିଲେ। ସମସ୍ତଙ୍କ ଆଖିରୁ ଲୁହ ଆସିଯାଇଥିଲା। ସେ ଆହୁରି କହିଥିଲେ, “ଏହାପରେ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ପ୍ୟାନିକ୍ ଆଟାକ୍‌ ଆସିଥିଲା। ମୋ ପରିବାର ଏଥିରେ ମୋତେ ବହୁତ ସପୋର୍ଟ କରିଥିଲେ, ଯାହାଦ୍ୱରା ମୁଁ ଧୀରେ ଧୀରେ ଏବୁ ଭିତରୁ ନିଜକୁ ବାହାର କରିପାରିଥିଲି।’

ଏହା ପୂର୍ବରୁ ଆରତି ଖୁଲାସା କରିଥିଲେ ଯେ ଦୁଇବର୍ଷ ଯାଏ ତାଙ୍କୁ କିଛି କାମ ମିଳି ନଥିଲା। ଫଳରେ ସେ ଡିପ୍ରେସନ୍‌କୁ ଚାଲିଯାଇଥିଲେ। ପୂର୍ବରୁ ‘ବିଗ୍‌ ବସ୍‌’ ଶୋ’ ଭିତରେ ମଧ୍ୟ ଆରତିଙ୍କୁ କେବେ କେବେ ପ୍ୟାନିକ୍‌ ଆଟାକ୍‌ ଆସୁଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଆରତି ହେଉଛନ୍ତି କମେଡ଼ିଆନ୍‌ କୃଷ୍ଣ ଅଭିଷେକଙ୍କ ଭଉଣୀ ଓ ଗୋବିନ୍ଦାଙ୍କ ଭାଣିଜୀ। ସେ ନିଜ ଅଭିନୟ କ୍ୟାରିୟର୍‌ ୨୦୦୭ରେ ସିରିଏଲ୍‌ ‘ମାୟକା’ରୁ ଆରମ୍ଭ କରିଥିଲେ। ଏହାପରେ ସେ ସିରିଏଲ୍ ‘ଗୃହସ୍ଥି’ରେ ନଜର ଆସିଥିଲେ। ହେଲେ ଆରତିଙ୍କୁ ଲୋକପ୍ରିୟତା ମିଳିଥିଲା ଟେଲି କୁଇନ୍ ‌ଏକ୍‌ତା କପୁରଙ୍କ ସିରିଏଲ୍‌ ‘ପରିଚୟ’ରୁ। ଏହାପରେ ସେ ‘ଦେବୋ କେ ଦେବ୍ ମହାଦେବ’, ‘ଉତରନ୍‌’, ‘ଶଶୁରାଲ୍‌ ସିମର୍‌ କା’ ଓ ‘ୱାରିସ୍’ ପରି ହିଟ୍‌ ଶୋ’ରେ କାମ କରିଥିଲେ। ଏହା ବ୍ୟତୀତ ସେ ଅନେକ ରିଆଲିଟି ଶୋରେ ମଧ୍ୟ ଭାଗ ନେଇଛନ୍ତି।

 



from Odisha Reporter https://ift.tt/36LZEUZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages