ଦୁର୍ଘଟଣା ପରେ ବଦଳିଲା ଏହି ସବୁ ଟ୍ରେନ୍‌ର ଗତିପଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 15, 2020

ଦୁର୍ଘଟଣା ପରେ ବଦଳିଲା ଏହି ସବୁ ଟ୍ରେନ୍‌ର ଗତିପଥ

କଟକ(ଓଡ଼ିଶା ରିପୋର୍ଟର) : କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍‌  ଶାଳଗାଁ ନିକଟରେ ମୁମ୍ବାଇ-ଭୁବନେଶ୍ୱର ଏଲ୍‌ଟିଟି ଏକ୍ସପ୍ରେସ୍‌  ଆଜି ସକାଳେଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ଲାଇନ୍‌ଚ୍ୟୁତ ହୋଇଥିଲା । ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ କିଛି ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ ହୋଇଛି।

ଆଜି ଯିବାକୁ ଥିବା ଭୁବନେଶ୍ୱର LTT ଏକ୍ସପ୍ରେସ୍ କଟକ ପରିବର୍ତ୍ତେ ନରାଜ ଦେଇ ଯିବ। ପୁରୀ-ରାଉରକେଲା ପାସେଞ୍ଜର ଟ୍ରେନ୍‌ ମଧ୍ୟ ନରାଜ ଦେଇ ଯିବ। ସେହିପରି ଦୁର୍ଗରୁ ପୁରୀ ଆସୁଥିବା ଟ୍ରେନ୍ ବି ନରାଜ ଦେଇ ଭୁବନେଶ୍ୱରରେ ପହଞ୍ଚିବ। ଧାନବାଦ୍-ଭୁବନେଶ୍ୱର ରାଜାରାଣୀ ଏକ୍ସପ୍ରେସ୍ ବି କଟକ ନ ଯାଇ ନରାଜ ଦେଇ ଭୁବନେଶ୍ୱରରେ ପହଞ୍ଚିବ। ସେହିପରି ତାଳଚେର-ପୁରୀ ମେମୁ ଟ୍ରେନ୍‌ ମଧ୍ୟ ନରାଜ ଦେଇ ଭୁବନେଶ୍ୱରରେ ପହଞ୍ଚିବ ବୋଲି ଇଷ୍ଟକୋଷ୍ଟ ରେଲ୍‌ୱେ ପକ୍ଷରୁ ସୂଚନା ଦିଆଯାଇଛି।

ଆହତ ଯାତ୍ରୀଙ୍କ ସମ୍ପର୍କରେ ସୂଚନା ପାଇଁ ରେଲ୍‌ୱେ ପକ୍ଷରୁ ହେଲ୍‌ପ୍‌ଲାଇନ୍‌ ନମ୍ବର ଜାରି ହୋଇଛି। ହେଲ୍‌ପ୍‌ଲାଇନ୍‌ ନମ୍ବର ହେଲା-୦୬୭୧-୧୦୭୨-କଟକ,  ୦୬୭୪-୧୦୭୨- ଖୋର୍ଦ୍ଧା ରୋଡ୍‌,  ଭୁବନେଶ୍ୱର/ମୁଖ୍ୟାଳୟ ଅଫିସ୍‌- ୧୮୦୦୩୪୫୭୪୦୧/୪୦୨,  ପୁରୀ-୦୬୭୫୨-୧୦୭୨। 

ସୂଚନାଯୋଗ୍ୟ, ଏହି ଦୁର୍ଘଟଣାରେ ଏକ୍ସପ୍ରେସ୍‌ର ୫ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ବେଳେ ୩ଟି ବଗି ସାମାନ୍ୟ ଭାବେ କ୍ଷତିଗ୍ରସ୍ତ ହୋଇଛି।  ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ୫ଜଣଙ୍କ ମଧ୍ୟରୁ ୪ଜଣ ଯାତ୍ରୀଙ୍କ ପରିଚୟ ମିଳିଛି। ସେମାନେ ହେଲେ ଜିତେନ୍ଦ୍ର ପାଢୀ, ପୂର୍ଣ୍ଣଚନ୍ଦ୍ର ନାୟକ, ଶରତ ଚନ୍ଦ୍ର ବେହେରା ଓ ଅଶ୍ୱିନୀ କୁମାର ଲେଙ୍କା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ରେଲ୍‌ୱେ ମେଡିକାଲ୍ ଭ୍ୟାନ୍ ସମେତ ଉଦ୍ଧାରକାରୀ ଟିମ୍‌ ପହଞ୍ଚି  ଆହତ ଯାତ୍ରୀଙ୍କୁ  ଉଦ୍ଧାର କରିଥିଲେ। । କୁହୁଡ଼ି ଯୋଗୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ତେବେ ତଦନ୍ତ ପରେ ଏହାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ରେଲୱେ କର୍ତ୍ତୃପକ୍ଷ ଗଣମାଧ୍ୟମକୁ କହିଛନ୍ତି।  ଅନ୍ୟପକ୍ଷରେ, ଟ୍ରେନ୍‌ରେ ଫସି ରହିଥିବା ୪ ଶହରୁ ଅଧିକ ଯାତ୍ରୀଙ୍କୁ ଭୁବନେଶ୍ୱରକୁ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି।



from Odisha Reporter https://ift.tt/36ZHyie

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages