ରୁଷ ପ୍ରଧାନମନ୍ତ୍ରୀ ହେବେ ମିଖାଇଲ ମିଶୁଷ୍ଟିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 15, 2020

ରୁଷ ପ୍ରଧାନମନ୍ତ୍ରୀ ହେବେ ମିଖାଇଲ ମିଶୁଷ୍ଟିନ

ମୋସ୍କୋ: ରୁଷ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନମନ୍ତ୍ରୀ ଦିମିତ୍ରି ମେଦଭେଦେଭ ଇସ୍ତଫା ଦେବା ପରେ ସରକାର ଭାଙ୍ଗି ଯାଇଛି। ଏବେ ରୁଷ ରାଷ୍ଟ୍ରପତି ପୁଟିନ ନୂଆ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଖୋଜିବା ଆରମ୍ଭ କରିଛନ୍ତି। ସୂତ୍ର ଅନୁସାରେ ମିଖାଇଲ ମିଶୁଷ୍ଟିନ ରୁଷର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଏହି ନାଁ ଉପରେ ପୁଟିନ ମଧ୍ୟ ମୋହର ମାରିଛନ୍ତି। ମିଖାଇଲ ମିଶୁଷ୍ଟିନ ରୁଷର ଟିକସ ସର୍ଭିସର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ।

ତାଙ୍କୁ ହଠାତ୍‌ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ପୁଟିନ ନିଜର କାର୍ଯ୍ୟକାଳ ବୃଦ୍ଧି କରିବା ସହ ସମଗ୍ର ଦେଶ ଓ ସରକାର ଉପରେ ନିଜର ହୁକୁମାତି ଜାରି କରିବା ପାଇଁ ଏଭଳି ବ୍ୟବସ୍ଥା ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି।

ଗତକାଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସମ୍ବିଧାନରେ ଏକାଧିକ ସଂସ୍କାର ପାଇଁ ପ୍ରସ୍ତାବ ଦେବା ପରେ ରୁଷର ପ୍ରଧାନମନ୍ତ୍ରୀ ଦିମିତ୍ରି ମେଦଭେଦେଭ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସରକାର ଭାଙ୍ଗି ଯାଇଥିଲା। ନୂଆ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପର୍ଯ୍ୟନ୍ତ ମେଦଭେଦେଭ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ  ନିଜ ନିଜ ପଦବୀରେ ରହି କାର୍ଯ୍ୟ କରିବେ।

ପୁଟିନ୍ ଇସ୍ତଫା ଦେଇଥିବା ମେଦଭେଦେଭଙ୍କୁ ରାଷ୍ଟ୍ରପତି ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ପଦ ଦେବାକୁ ଚାହୁଁଛନ୍ତି। ୨୦୧୨ରୁ ମେଦଭେଦେଭ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ସେହିପରି ୨୦୦୮ରୁ ୨୦୧୨ ଯାଏ ସେ ଦେଶର ରାଷ୍ଟ୍ରପତି ଭାବେ ମଧ୍ୟ ଦାୟିତ୍ୱ ନେଇଥିଲେ।



from Odisha Reporter https://ift.tt/30mYVaq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages