ନିର୍ଭୟା ମାମଲା, ଦୋଷୀ ମୁକେଶର ରାଜକ୍ଷମା ଆବେଦନ ଖାରଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 17, 2020

ନିର୍ଭୟା ମାମଲା, ଦୋଷୀ ମୁକେଶର ରାଜକ୍ଷମା ଆବେଦନ ଖାରଜ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ଭୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଦୋଷୀଙ୍କ ମଧ୍ୟରୁ ମୁକେଶର ରାଜକ୍ଷମା ଆବେଦନ ଖାରଜ କରିଛନ୍ତି। ଏବେ ମୁକେଶ ଫାଶୀ ଖୁଣ୍ଟରେ ଝୁଲିବା ଚୂଡ଼ାନ୍ତ। କାରଣ ଫାଶୀ ସଜାରୁ ବର୍ତ୍ତିବା ପାଇଁ ଆଇନରେ ଥିବା ସମସ୍ତ ପ୍ରକ୍ରିୟାର ସାହାଯ୍ୟ ନେଇ ସାରିଛି ମୁକେଶ। ଖବର ସରବରାହ ସଂସ୍ଥା ପିଟିଆଇ ଏହି ସୂଚନା ଦେଇଛି।

ସୁପ୍ରିମକୋର୍ଟରେ ମୁକେଶର କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ସେ ରାଜକ୍ଷମା ମାଗିଥିଲା। ୨୦୧୬ରେ ମୁକେଶ ସମେତ ଚାରି ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ସଜା ଶୁଣାଇଛନ୍ତି ପଟିଆଲା ହାଉସ କୋର୍ଟ। ମୁକେଶ ବ୍ୟତୀତ ଅନ୍ୟଦୋଷୀ ମଧ୍ୟ ରାଜକ୍ଷମା ପାଇଁ ଆବେଦନ କରିଛନ୍ତି। ୧୬ ଡିସେମ୍ୱର ୧୦୧୨ରେ ହୋଇଥିବା ନିର୍ଭୟା ଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନ ବିଳମ୍ୱିତ ରାତିରେ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଛି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରଣାଳୟ।

ଜେଲ୍ ନିୟମ ମୁତାବିକ ସମାନ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତ ଦୋଷୀଙ୍କୁ ଏକା ସାଙ୍ଗରେ ଫାଶୀ ଖୁଣ୍ଟରେ ଝୁଲାଯିବ। ତେଣୁ ରାଷ୍ଟ୍ରପତିଙ୍କ ପାଖରେ ଅନ୍ୟମାନଙ୍କର ରାଜକ୍ଷମା ଆବେଦନ ହୋଇଥିବାରୁ ଏବେ ସର୍ବନିମ୍ନ ୧୪ ଦିନର ମହଲତ ଆବଶ୍ୟକ ରହିଛି। ତେଣୁ ପୂର୍ବରୁ ଜାନୁଆରୀ ୨୨ରେ ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଜାରି ହୋଇଥିବା ତାରିଖକୁ ଘୁଞ୍ଚାଇ ଦିଆଯାଇଛି।



from Odisha Reporter https://ift.tt/38lnHKV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages