ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୪୨ ବର୍ଷରେ ପାଦ ଥାପିଛନ୍ତି ଓଲିଉଡ୍ର ହ୍ୟାଣ୍ଡସମ୍ ଆକ୍ଟର୍ ବୁଦ୍ଧାଦିତ୍ୟ ମହାନ୍ତି । ଆଜି ତାଙ୍କ ଜନ୍ମଦିନ। ୧୯୭୮ ମସିହା ଜାନୁଆରୀ ୧୭ ତାରିଖରେ କଟକର ଏକ ପ୍ରସିଦ୍ଧ ଫିଲ୍ମ ପରିବାରରେ ବୁଦ୍ଧାଦିତ୍ୟ ଜନ୍ମ ହୋଇଥିଲେ।
ଦିଲ୍ଲୀ ୟୁନିଭର୍ସିଟିରୁ ଉତ୍ତୀର୍ଣ୍ଣ ହେବା ପରେ ବୁଦ୍ଧାଦିତ୍ୟ ଅଭିନୟ ଜଗତରେ ପାଦ ଦେଇଥିଲେ। ସେ ଉଭୟ ହିନ୍ଦୀ ଏହଂ ଓଡ଼ିଆ ଭାଷାର ଫିଲ୍ମରେ ଅଭନୟ କରିଛନ୍ତି। ତାଙ୍କ ଅଭିନୀତ ଓଡ଼ିଆ ଫିଲ୍ମ ମଧ୍ୟରେ ‘ଲୋଫର୍’, ‘ସଞ୍ଜୁ ସଞ୍ଜନା’, ‘ପ୍ରେମ୍ ରୋଗୀ’, ‘ପାଗଳ କରିଛି ପାଉଁଜି ତୋର’, ‘ନନ୍ଦିନୀ ଆଇ ଲଭ୍ ୟୁ’ ବକ୍ସ ଅଫିସ୍ରେ ହିଟ୍ ହୋଇଥିଲା।
ବୁଦ୍ଧାଦିତ୍ୟଙ୍କ କହିବା ଅନୁଯାୟୀ, ମା’ ଅଧ୍ୟାପିକା ମାଳବିକା ରାୟ ଏବଂ ମାଉସୀ ମହାଶ୍ୱେତା, ଉଭୟ ଜଣାଶୁଣା ଅଭିନେତ୍ରୀ। ତେଣୁ ଫିଲ୍ମ ହିଁ ଗୋଟିଏ ବିଷୟ ଥିଲା, ଯାହା ତାଙ୍କ ଘରେ ସବୁବେଳେ ଆଲୋଚନା ହେଉଥିଲା। ଯେତେବେଳେ ବି ଅବସର ସମୟ ମିଳୁଥିଲା ଫିଲ୍ମକୁ ନେଇ ହିଁ ଆମ ଘରେ କଥାବାର୍ତ୍ତା ଚାଲେ। ସମସ୍ତେ ଏକାଠି ବସି କେଉଁ ଫିଲ୍ମ କେମିତି ହେଲା ଏବଂ କେଉଁ ଫିଲ୍ମ କେମିତି ହୋଇଥିଲେ ଭଲ ହୋଇଥାନ୍ତା ସେ ବିଷୟରେ ଆଲୋଚନା କରୁଥିଲେ।
ତେଣୁ ଛୋଟ ବେଳୁ ସେ ଫିଲ୍ମ ବିଷୟରେ ଶୁଣି ଆସୁଛନ୍ତି ଏବଂ ସେହିଥିରୁ ହିଁ ଅଭିନୟ ପାଇଁ ପ୍ରେରଣା ପାଇଥିଲେ। ଏଥିସହ ସେ ପରଦା ଉପରେ ତାଙ୍କ ମାଆ ଆଉ ମାଉସୀଙ୍କୁ ଦେଖି ମଧ୍ୟ ଅଭିନୟ ଶିଖିଥିବାର କହିଛନ୍ତି ବୁଦ୍ଧାଦିତ୍ୟ।
from Odisha Reporter https://ift.tt/38dV81H
No comments:
Post a Comment