ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣତନ୍ତ୍ର ଦିବସ ଅବସରରେ ପୁରୁଣା ପରମ୍ପରାକୁ ଭାଙ୍ଗି ନୂଆ ପରମ୍ପରା ସୃଷ୍ଟି କରିଛନ୍ତି। ଇଣ୍ଡିଆ ଗେଟ ସ୍ଥିତ ଅମର ଯବାନ ଜ୍ୟୋତିକୁ ନଯାଇ ଶହୀଦଙ୍କ ପାଇଁ ତିଆରି ହୋଇଥିବା ରାଷ୍ଟ୍ରୀୟ ସ୍ମାରକ ପୀଠକୁ ଯାଇଥିଲେ ପ୍ରଧାନମନ୍ତ୍ରୀ। ସେଠାରେ ଶହୀଦଙ୍କୁ ସମ୍ମାନ ଜଣାଇବା ସହିତ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ଏହି ଅବସରରେ ଦେଶ ପ୍ରଥମ ସିଡିଏସଙ୍କ ସହିତ ତିନି ସେନାର ପ୍ରମୁଖ ଉପସ୍ଥିତ ଥିଲେ।
୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧରେ ଶହୀଦଙ୍କୁ ମନେପକାଇବା ପାଇଁ ୧୯୭୨ରେ ଇଣ୍ଡିଆ ଗେଟ୍ ନିକଟରେ ଅମର ଯବାନ ଜ୍ୟୋତି ସ୍ଥାପନ କରାଯାଇଥିଲା। ତିନି ସେନାର ପ୍ରମୁଖ ପୂର୍ବରୁ କିନ୍ତୁ ଅମର ଯବାନ ଜ୍ୟୋତି ନିକଟକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଉଥିଲେ। ଚଳିତଥର କିନ୍ତୁ ପ୍ରଥମ ଥର ପାଇଁ ତିନି ସେନାର ପ୍ରମୁଖ ରାଷ୍ଟ୍ରୀୟ ସ୍ମାରକୀ ପୀଠ ନିକଟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
୪୪ ଏକର ଜମିରେ ତିଆରି ହୋଇଛି ରାଷ୍ଟ୍ରୀୟ ସ୍ମାରକ ପୀଠ। ଏହି ପୀଠରେ ୪ଟି ଚକ୍ର ରହିଛି। ଅମର ଚକ୍ର, ବୀର ଚକ୍ର, ତ୍ୟାଗ ଚକ୍ର ଏବଂ ରକ୍ଷକ ଚକ୍ର ରହିଛି। ଏହି ସ୍ମାରକରେ ୨୫, ୯୪୨ ଯବାନଙ୍କ ନାମ ଗ୍ରାନାଇଟ ଉପରେ ଲିପିବଦ୍ଧ ହୋଇଛି।
from Odisha Reporter https://ift.tt/2uwVoub
No comments:
Post a Comment