‘ସଞ୍ଜିବନୀ ୨’ରୁ ବିଦାୟ ନେଲେ ଏହି ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 5, 2020

‘ସଞ୍ଜିବନୀ ୨’ରୁ ବିଦାୟ ନେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଧାରାବାହିକ ‘ସଞ୍ଜିବନୀ ୨’ରୁ ଅଭିନେତ୍ରୀ ଆରତି ବହଲ ବିଦାୟ ନେଇଛନ୍ତି। ସେ ଏଥିରେ ସାମିଲ ହେବାର ତିନି ମାସ ହୋଇ ନଥିବା ବେଳେ ବାହାରି ଯାଇଛନ୍ତି। ଏହି ଧାରାବାହିକର କାହାଣୀର କିଛି ଅଂଶକୁ ବାଦ୍ ଦିଆଯିବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି।

ଆରତି କହିଛନ୍ତି ଯେ ଏହି ଶୋ’ରେ ଡକ୍ଟର ଶଶାଙ୍କ ଗୁପ୍ତା (ମୋହନୀଶ ବହଲ) ଓ ତାଙ୍କର ଏକ ଲଭ୍‌ ଆଙ୍ଗେଲ୍‌ ରହିଥିଲା। ହେଲେ ଏବେ ନିର୍ମାତା ଏହି ଆଙ୍ଗେଲ୍‌କୁ ଶୋ’ରୁ ହଟାଇବାକୁ ଚାହୁଁଛନ୍ତି। କାରଣ ଏହା ସିରିଏଲ୍‌ର କାହାଣୀକୁ ରୋମାଞ୍ଚକ କରିବାରେ ବିଶେଷ କିଛି କାମ ଦେଉନାହିଁ ବୋଲି ସେ ଅନୁଭବ କରୁଛନ୍ତି। ତେଣୁ ଯେତେବେଳେ ସେ ଏ ସମ୍ପର୍କରେ ଜାଣିଲେ ଶୋ’ ଛାଡ଼ି ଦେବା ପାଇଁ ନିଷ୍ପତ୍ତି ନେଲେ।

ସେ ଆହୁରି କହିଛନ୍ତି ଯେ ତାଙ୍କ ପେସାରେ ଏମିତି ହୁଏ। ଏହା ସାଧାରଣ କଥା। ଏଥିରେ କିଛି ନୂଆ ନାହିଁ।

 

ଏ ସମ୍ପର୍କରେ ନିର୍ମାତା ସିଦ୍ଧାର୍ଥ ମଲହୋତ୍ରା କହିଛନ୍ତି, “ଏହା ଦୁର୍ଭାଗ୍ୟପୂର୍ଣ୍ଣ। କିନ୍ତୁ ସମସ୍ତେ ଜାଣନ୍ତି ଯେ ଟିଭି ସିରିଏଲ୍‌ରେ ପ୍ରାୟ ଏଭଳି ପରିବର୍ତ୍ତନ ହୋଇଥାଏ। ଏହା କିଛି ବଡ଼ କଥା ନୁହେଁ। ମୁଁ ଆରତିଙ୍କ ପରିଶ୍ରମ ଓ ଯୋଗ୍ୟତାକୁ ଅଯଥା ଏହି ରୋଲ୍‌ରେ ବରବାଦ୍ କରିବାକୁ ଚାହୁଁ ନଥିଲି।”

ସୂଚନା ଅନୁଯାୟୀ, ଆରତିଙ୍କ ସ୍ଥାନରେ ସୀମା ପଣ୍ଡିତ ପୁଣି ଥରେ ଏହି ଭୂମିକାରେ ଅଭିନୟ କରିବେ। ବର୍ତ୍ତମାନ ସେ କେବଳ ଡକ୍ଟର ସିଡ୍‌ଙ୍କ ମା’ଙ୍କ ରୋଲ୍‌ରେ ହିଁ ଅଭିନୟ କରିବେ। ଜଣାଇଦେବାକୁ ଚାହୁଁ ଯେ ସିରିଏଲ୍‌ ଆରମ୍ଭରୁ ଏହି ରୋଲ୍‌ରେ ସୀମା ହିଁ ଅଭିନୟ କରୁଥିଲେ। ପରେ ଶୋ’ରେ ଡକ୍ଟର ଶଶାଙ୍କ (ମୋହନୀଶ ବହଲ୍) ଓ ତାଙ୍କର ଏକ ଲଭ୍‌ ଆଙ୍ଗେଲ୍‌ ଆରମ୍ଭ ହୋଇଥିଲେ। ଏଥିପାଇଁ ନିର୍ମାତା ମୋହନୀଶଙ୍କ ରିୟଲ୍‌ ଲାଇଫ୍‌ ପତ୍ନୀ ଆରତି ବହଲ୍‌ଙ୍କୁ ସୀମାଙ୍କ ବଦଳରେ କାଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏବେ ଏହି ଲଭ୍‌ ଆଙ୍ଗେଲ୍‌କୁ ହଟାଇ ଦିଆଯାଇଛି। ତେଣୁ ପୁଣିଥରେ ସୀମା ଏହି ଶୋ’କୁ ଫେରିଛନ୍ତି।

 

 

 



from Odisha Reporter https://ift.tt/35tnXFv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages