ଉଦ୍ଧବ ସରକାରରେ ବିଭାଗ ବଣ୍ଟନ, ବଡ଼ ବିଭାଗ ଏନସିପି-କଂଗ୍ରେସ ହାତରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 5, 2020

ଉଦ୍ଧବ ସରକାରରେ ବିଭାଗ ବଣ୍ଟନ, ବଡ଼ ବିଭାଗ ଏନସିପି-କଂଗ୍ରେସ ହାତରେ

ମୁମ୍ୱାଇ: ମହାରାଷ୍ଟ୍ରରେ ମନ୍ତ୍ରିମାନଙ୍କ ବିଭାଗ ବଣ୍ଟନକୁ ନେଇ ଚାଲିଥିବା ଆଲୋଚନାର ଆଜି ପୂର୍ଣ୍ଣଛେଦ ପଡ଼ିଛି। ରାଜ୍ୟପାଳ ଭଗତ ସିଂହ କେଶିଆରୀ ବିଭାଗ ବଣ୍ଟନକୁ ଅନୁମୋଦନ ଦେଇଛନ୍ତି। ତେବେ ବିଭାଗ ବଣ୍ଟନକୁ ନେଇ ଶିବସେନାରେ ଅସନ୍ତୋଷ ଦେଖିବାକୁ ମିଳିଛି। ଶିବସେନାର ଅନେକ ବରିଷ୍ଠ ନେତା ଏହି ବିଭାଗ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶିବସେନାର ଅସନ୍ତୋଷ ବିଧାୟକ କହିଛନ୍ତି, ଦଳୀୟ ବିଧାୟକମାନଙ୍କ ଅପେକ୍ଷା ଏନସିପି ଓ କଂଗ୍ରେସ ବିଧାୟକ ବଡ଼ ବଡ଼ ପଦବୀ ପାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ୍ ୪୩ ଜଣ ଉଦ୍ଧବ ସରକାରରେ ମନ୍ତ୍ରୀ ରହିଛନ୍ତି। ଯେଉଁଥିରେ ୩୩ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବାବେଳେ ୧୦ ଜଣ ରାଜ୍ୟ ମନ୍ତ୍ରୀ ରହିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ପାଖରେ ସାଧାରଣ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ, ଆଇନ ଏବଂ ବଣ୍ଟା ହୋଇନଥିବା ବିଭାଗ ରହିଛି।

ଏହାବାଦ୍ ଏନସିପି ପାଖରେ ଉପମୁଖ୍ୟମନ୍ତ୍ରୀ ପଦବୀ ସହିତ ଗୃହ ମନ୍ତ୍ରଣାଳୟ, ଅର୍ଥ, ଜଳସେଚନ, ପରିବହନ, ଖାଦ୍ୟ, ସଂଖ୍ୟାଲଘୁ ଏବଂ ସାମାଜିକ ନ୍ୟାୟ ବିଭାଗ ପ୍ରମୁଖ ରହିଛି। ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ବିଧାୟକ ଅଜିତ ପାଓ୍ୱାରଙ୍କ ପାଖରେ ଅର୍ଥମନ୍ତ୍ରଣାଳୟ ଏବଂ ଯୋଜନା କମିଶନ ରହିଛି। ସେହିପରି ଏନସିପି ବିଧାୟକ ଅନୀଲ ଦେଶମୁଖଙ୍କ ପାଖରେ ଗୃହ ମନ୍ତ୍ରଣାଳୟ ରହିଛି। ଛଗନ ଭୂଜବଳଙ୍କ ପାଖରେ ଖାଦ୍ୟ ଏବଂ ସାମାଜିକ ନ୍ୟାୟ ବିଭାଗ ରହିଛି।

ଶିବସେନା ପାଖରେ ମୋଟ ୧୫ଟି ବିଭାଗ ରହିଛି। ଯେଉଁଥିରେ ଶିଳ୍ପ, ଖଣି ଏବଂ ମରାଠୀ ଭାଷା ଭଳି ବିଭାଗ ରିହଛି। ସବାଷ ଦେଶାଈଙ୍କ ପାଖରେ ନଗର ଉନ୍ନୟନ ବିଭାଗ ରହିଥିବାବେଳେ ଏକନାଥ ସିନ୍ଧେଙ୍କ ପାଖରେ ପରିବବନ ଏବଂ ସଂସଦୀୟ ବ୍ୟାପାର ବିଭାଗ ରହିଛି। ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେଙ୍କ ପାଖରେ ପର୍ଯ୍ୟଟନ ବିଭାଗ ରହିଛି। ମହାବିକାଶ ଅଘାଡ଼ି ମେଣ୍ଟରେ ସାମିଲ ଥିବା ଅନ୍ୟତମ ଦଳ କଂଗ୍ରେସ ପାଖରେ ରାଜସ୍ୱ, ପିଡବଲ୍ୟୁଡି ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରହିଛି।



from Odisha Reporter https://ift.tt/2QJcjBc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages