ଭିତରକନିକାରେ ବଢ଼ିଲା କୁମ୍ଭୀର ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 4, 2020

ଭିତରକନିକାରେ ବଢ଼ିଲା କୁମ୍ଭୀର ସଂଖ୍ୟା

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ କୁମ୍ଭୀର ଗଣନା ଶେଷ ହୋଇଛି। ମିଳିଥିବା ତଥ୍ୟ ଅନୁସାରେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୧୫ଟି କୁମ୍ଭୀର ବଢ଼ିଛନ୍ତି। ଗତବର୍ଷ ଭିତର କନିକାରେ ୧୭୪୨ କୁମ୍ଭୀର ଥିବାବେଳେ ଚଳିତ ବର୍ଷ ଏହା ବୃଦ୍ଧି ପାଇ ୧୭୫୭ରେ ପହଞ୍ଚିଛି।

କୁମ୍ଭୀର ବିଶାରଦ ଡା ସୁଧାକର କରଙ୍କ ନେତୃତ୍ୱରେ ଏହି ଗଣନା କରାଯାଇଥିଲା। ମୋଟ୍ ୪ଟି ରେଞ୍ଜରେ ୨୩ଟି ଟିମ୍ ସାହାଯ୍ୟରେ ୫୪ଟି ପର୍ଯ୍ୟାୟରେ କୁମ୍ଭୀର ଗଣନା କରାଯାଇଥିଲା। କନିକା ରେଞ୍ଜରେ ସର୍ବାଧିକ ୧୩୮୫ଟି କୁମ୍ଭୀର ଥିବା ବେଳେ ରାଜନଗରରେ ୨୬୦ଟି, ମହାକାଳପଡ଼ାରେ ୭୫ଟି ଓ ଗହିରମଥାରେ ୩୭ଟି କୁମ୍ଭୀର ଥିବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।



from Odisha Reporter https://ift.tt/35qOYcR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages