‘ଆମେରିକା ଟାର୍ଗେଟରେ ଇରାନର ୫୨ଟି ସ୍ଥାନ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 4, 2020

‘ଆମେରିକା ଟାର୍ଗେଟରେ ଇରାନର ୫୨ଟି ସ୍ଥାନ’

ଓ୍ୱାଶିଂଟନ: ଯଦି ଇରାନ୍ ଆମେରିକାକୁ ଟାର୍ଗେଟ କରିବ ତା’ହେଲେ ଆମେରିକା ଇରାନର ୫୨ଟି ସ୍ଥାନକୁ ଟାର୍ଗେଟ କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏଭଳି ଚେତାବନୀ ଦେଇଛନ୍ତି। ଇରାନର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକରେ ମାରିବା ପରେ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିଛି। ଅନ୍ୟପଟେ ଇରାନ୍ ମଧ୍ୟ ଗତକାଲି ଇରାକରେ ଥିବା ଆମେରିକା ଦୂତାବାସ ଉପରେ ଆକ୍ରମଣ କରିଛି।

ଏହାପରେ ଟ୍ରମ୍ପ ଟୁଇଟ୍ କରି କହିଛନ୍ତି, ‘ସୁଲେମାନୀକୁ ମାରିବା ପରେ ଆମେରିକା ବିଶ୍ୱର ଜଣେ ଆତଙ୍କବାଦୀ ନେତାକୁ ସବୁଦିନ ପାଇଁ ଶେଷ କରିଛି। ଆମେରିକା ସମେତ ଅନେକ ଲୋକଙ୍କୁ ସୁଲେମାନୀ ମାରିଥିଲା। ଯେଉଁଥିରେ ଅନେକ ଇରାନ ସମର୍ଥକ ସାମିଲ୍ ଥିଲେ’।

ଇରାନ ଦ୍ୱାରା ବନ୍ଦୀ ହୋଇଥିବା ୫୨ ବନ୍ଦୀଙ୍କୁ ଲକ୍ଷ୍ୟ କରି ଟ୍ରମ୍ପ କହିଛନ୍ତି, ଇରାନର ୫୨ଟି ଠକଣାକୁ ଆମେରିକା ଟାର୍ଗେଟ କରିଛି। ଏହି ସମସ୍ତ ଠିକଣା ଇରାନର ସଂସ୍କୃତି ପାଇଁ ମହତ୍ୱପୂର୍ଣ୍ଣ। ଯଦି କୌଣସି ଆମେରିକା ନାଗରିକ କିମ୍ୱା ଠିକଣାକୁ ଟାର୍ଗେଟ କରାଯିବ ତାହେଲେ ଆମେରିକା କଡ଼ା ଜବାବ ଦେବ। ଆମେରିକା କିନ୍ତୁ କୌଣସି ପ୍ରକାର ଧମକ ଚାହୁଁନାହିଁ।


ସୂଚନାଯୋଗ୍ୟ, ଶନିବାର ରାତିରେ ଇରାକର ରାଜଧାନୀ ବାଗଦାଦରେ ଥିବା ଆମେରିକାର ଦୂତବାସ ଏବଂ ବଲାଦ ଏୟାର ବେସ ଉପରେ ଇରାନ ଆକାଶମାର୍ଗରୁ ଆକ୍ରମଣ କରିଛି। ଇରାନର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକରେ ମାରିବା ପରେ ଏବେ ଇରାନ ଆମେରିକାକୁ ଏଭଳି ଜବାବ ଦେଇଛି। ଆମେରିକାର ଦୂତବାସ ଉପରେ ରକେଟ୍ ମାଡ଼ ସହିତ ମୋଟର ମାଡ଼ କରିଛି ଇରାନ୍। ଏଥିର କିନ୍ତୁ କେହି ମୃତାହତ ହୋଇ ନାହାନ୍ତି। ଏହି ଘଟଣାପରେ ଫ୍ଲୋରିଡାରେ ଛୁଟି କାଟୁଥିବା ଟ୍ରମ୍ପ ଇରାନକୁ ଚେତାବନୀ ଦେବାକୁ ଯାଇ ଏଭଳି ମତ ରଖିଛି।



from Odisha Reporter https://ift.tt/2QpSDna

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages