ବିଚାରାଧୀନ କଏଦୀଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 18, 2020

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ସବ୍ ଜେଲ୍‌ରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କୃଷ୍ଣ ପାତ୍ର। ତାଙ୍କ ଘର ବାଣିଗୋଛାରେ।

ଦୁଇମାସ ହେବ ସେ ଜେଲ୍‌ରେ ଥିଲେ। ଜଣେ ସମ୍ପର୍କୀୟଙ୍କୁ ମରାଣାନ୍ତକ ଆକ୍ରମଣ ମାମଲାରେ କୃଷ୍ଣ ଓ ତାଙ୍କ ସ୍ତ୍ରୀ ଗିରଫ ହୋଇଥିଲେ। ତାଙ୍କ ସ୍ତ୍ରୀ ବି ଦଶପଲ୍ଲା ସବ୍ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ଅଛନ୍ତି।

ସୂଚନା ଅନୁସାରେ, ଗତକାଲି ରାତିରେ କୃଷ୍ଣ ଅସୁସ୍ଥ ଅନୁଭବ କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଆଜି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଦଶପଲ୍ଲା ପୁଲିସ ଓ ତହସିଲଦାର ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।



from Odisha Reporter https://ift.tt/2R7VsJS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages