ଶବାନା ଆଜମୀଙ୍କ କାର ଡ୍ରାଇଭରଙ୍କ ନାଁରେ ଏଫଆଇଆର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 18, 2020

ଶବାନା ଆଜମୀଙ୍କ କାର ଡ୍ରାଇଭରଙ୍କ ନାଁରେ ଏଫଆଇଆର୍‌

ମୁମ୍ବାଇ: ଅଭିନେତ୍ରୀ ଶବାନା ଆଜମୀଙ୍କ କାର ଦୁର୍ଘଟଣା ପାଇଁ ତାଙ୍କ ଡ୍ରାଇଭର ହିଁ ଦାୟୀ। ସେ ଦ୍ରୁତଗତି ଓ ବେପରୁଆ ଗାଡ଼ି ଚାଳନା କରୁଥିବାରୁ ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେରେ ଶବାନାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଜି ଏଥିପାଇଁ ପୁଲିସ ନିକଟରେ ତାଙ୍କ ଡ୍ରାଇଭରଙ୍କ ନାଁରେ ଏଫଆଇଆର ରୁଜୁ କରିଛି।

ଶବାନାଙ୍କ ଡ୍ରାଇଭରଙ୍କ ନାଁ ଅମଲେଶ ଯୋଗେନ୍ଦ୍ର କାମାତ ବୋଲି ଜଣାପଡ଼ିଛି। ଅମଲେଶଙ୍କ ନାଁରେ ପ୍ରଥମେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଟ୍ରକ ଡ୍ରାଇଭର ରାଜେଶ ପଣ୍ଡୁରାଙ୍ଗ ସିନ୍ଧେ ଅଭିଯୋଗ କରିଥିଲେ। ଅମଲେଶ ଦ୍ରୁତଗତିରେ ଆସି ଟ୍ରକ୍‌ର ପଛପଟୁ ହିଁ ଏହାକୁ ଧକ୍କା ଦେଇଥିଲେ। ବେପରୁଆ ଗାଡ଼ି ଚାଳନା ଯୋଗୁ ମୁମ୍ବାଇ-ପୁଣେ ଏକ୍ସପ୍ରେସରେ ଏଭଳି ଦୁର୍ଘଟଣା ଘଟିଲା ବୋଲି ସିନ୍ଧେ ଏଫଆଇଆର କପିରେ ଉଲ୍ଲେଖ କରିଛନ୍ତି।

ଗତକାଲି ଅପରାହ୍ଣ ୩.୩୦ରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ଶବାନା ଆଜମୀଙ୍କୁ ତୁରନ୍ତ ଏମଜିଏମ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଶବାନା ଅନ୍ଧେରୀରେ ଥିବା କୋକିଳବେନ ମଲଟି ସୁପର ସ୍ପେଶାଲିଟି ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ। ତାଙ୍କ ମୁଣ୍ଡ ଓ ବ୍ୟାକ ବୋନରେ ଆଘାତ ଲାଗିଛି। ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।



from Odisha Reporter https://ift.tt/2uUW8td

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages