ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଖରିଆରରୋଡରେ ଆଜି ଭୋରରୁ ତିନୋଟି ଦୋକାନ ଉପରେ ଏକ ଟ୍ରକ୍ ମାଡିଯାଇଛି। ଫଳରେ ଦୋକାନଗୁଡ଼ିକ ଭାଙ୍ଗିରୁଜି ଯାଇଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।
ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୪ଟା ସମୟରେ ଏକ ମାଲ ବୋଝେଇ ଟ୍ରକ୍ ରାୟପୁରରୁ ବିଶାଖାପାଟଣା ଯାଉଥିଲା। ମାତ୍ର ଟ୍ରକ୍ଟି ଭାରସାମ୍ୟ ହରାଇ ରେଲୱେ ଫାଟକ ପାଖରେ ଥିବା ୩ଟି ଦୋକାନ ଉପରେ ମାଡ଼ି ଯାଇଥିଲା।
ଟ୍ରକ୍ ଡ୍ରାଇଭରର ଆଖି ଲାଗିଯିବା ଯୋଗୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ପୁଲିସ୍ ଟ୍ରକ୍କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।
from Odisha Reporter https://ift.tt/39zu1jn
No comments:
Post a Comment