‘ବିଗ୍‌ ବସ୍‌ ୧୩’ ପରେ ଏହି ଶୋ’ରେ ନଜର ଆସିବେ ଅସୀମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 4, 2020

‘ବିଗ୍‌ ବସ୍‌ ୧୩’ ପରେ ଏହି ଶୋ’ରେ ନଜର ଆସିବେ ଅସୀମ

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ ଫାଇନାଲ୍‌ ଏପିସୋଡ୍ ଆଡ଼କୁ ପାଖେଇବା ସହିତ ପ୍ରତିଯୋଗୀମାନେ ପରସ୍ପରକୁ ପୂର୍ବ ଅପେକ୍ଷା ଆହୁରି କଡ଼ା ଟକ୍କର ଦେଉଛନ୍ତି। ସମସ୍ତେ ଲାଗିପଡ଼ିଛନ୍ତି ନିଜର ଦବଦବା ଜାହିର୍‌ କରିବାକୁ। ଆଉ ତା’ ମଧ୍ୟରେ କିଛି ପ୍ରତିଯୋଗୀଙ୍କ ଇମେଜ୍‌ ଖରାପ ହେବାରେ ଲାଗିଛି ତ ଆଉ କିଛି ପ୍ରତିଯୋଗୀଙ୍କୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅସୀମ ରିୟାଜ୍ ଜଣେ। ତାଙ୍କୁ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି।  ପ୍ରାୟ ସବୁ ସପ୍ତାହରେ ସେ ସୋଶାଲ୍‌ ମିଡିଆରେ ଟ୍ରେଣ୍ଡିଂରେ ରହୁଛନ୍ତି। ଆଉ ଏବେ ଖବର ଆସିଛି ଯେ ତାଙ୍କୁ ଏକ ବଡ଼ ଅଫର ମିଳିଛି। ‘ବିଗ୍ ବସ୍‌ ୧୩’ ପରେ ସେ ସେଥିରେ ସାମିଲ ହେବେ।

ଏକ ରିଆଲିଟି ଶୋ’ରେ ଭାଗ ନେବା ପାଇଁ ତାଙ୍କୁ ଏହି ଅଫର୍ ଆସିଛି। ରୋହିତ୍‌ ଶେଟ୍ଟୀଙ୍କ ଶୋ’ ‘ଖତରୋଁ କେ ଖିଲାଡ଼ୀ ୧୧’ର ପାଇଁ ତାଙ୍କୁ ଅଫର୍ ଦିଆଯାଇଛି। ପୂର୍ବରୁ ଏହି ଶୋ’ରେ ‘ବିଗ୍‌ ବସ୍‌’ର ବହୁ ପ୍ରତିଯୋଗୀ ଭାଗ ନେଇସାରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ସିଦ୍ଧାର୍ଥ ଶୁକ୍ଲା, ହିନା ଖାନ୍‌, ଶ୍ରୀସନ୍ଥ, ବିକାଶ ଗୁପ୍ତା ଓ ମନବୀର ଗୁଜ୍ଜର।

ସୂଚନା ଅନୁଯାୟୀ, ରୋହିତ ଶେଟ୍ଟୀ ଗତ ସପ୍ତାହରେ ବିବି ହାଉସ୍‌ ଭିତରକୁ ଯାଇଥିଲେ ଓ ସମସ୍ତଙ୍କୁ ଭେଟିଥିଲେ। ତା’ପରେ ଅସୀମଙ୍କୁ ସେ ଏହି ଅଫର୍ ଦେଇଥିଲେ। କୁହାଯାଉଛି, ଅସୀମଙ୍କ ଲୋକପ୍ରିୟତା ତଥା ‘ବିବି’ ଘରେ ଯେଉଁ ଭଳି ଢଙ୍ଗରେ ସେ ସବୁ ଟାସ୍କ ପୂରା କରୁଛନ୍ତି, ତାକୁ ଦେଖି ରୋହିତ୍ ଏହି ଅଫର୍ ଦେଇଛନ୍ତି।

 

 

 

 

 



from Odisha Reporter https://ift.tt/2rXfpcw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages