ସପ୍ନା ଚୌଧୁରୀଙ୍କ ନାଁରେ ମାମଲା ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 3, 2020

ସପ୍ନା ଚୌଧୁରୀଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ: ହରିୟାଣାର ଲୋକପ୍ରିୟ ଡ୍ୟାନ୍ସର ତଥା ‘ବିଗ୍‌ ବସ୍‌’ ଫେମ୍‌ ସପ୍ନା ଚୌଧୁରୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ଗତ ସପ୍ତାହରେ ଗୁରୁଗ୍ରାମରେ ହୋଇଥିବା କାର୍‌ ଦୁର୍ଘଟଣାରେ ପୁଲିସ୍‌ ତାଙ୍କ ନାଁରେ ମାମଲା ରୁଜୁ କରିଛି।

ସୂଚନା ଅନୁଯାୟୀ, ଘଟଣାସ୍ଥଳରେ ସପ୍ନାଙ୍କ କାର୍‌ ଥିବାରୁ ପୁଲିସ୍‌ ତାଙ୍କୁ ନୋଟିସ୍‌ ପଠାଇଥିଲା। ହେଲେ ସେ ନୋଟିସ୍‌ର ଜବାବ ଦେଇ ନଥିଲେ। ସେହିପରି ଯେଉଁ ମିନି ଟ୍ରକ୍‌କୁ ତାଙ୍କ କାର୍‌ ଓଭର ଟେକ୍ କଲା ବେଳେ ଏହି ଦୁର୍ଘଟଣା ଘଟିଥିଲା, ତା’ର ଡ୍ରାଇଭର ମଧ୍ୟ ଥାନାରେ ଏତଲା ଦେଇଥିଲେ। ତେଣୁ ଏସବୁ ଆଧାରରେ ପୁଲିସ୍ ତାଙ୍କ ନାଁରେ ମାମଲା ରୁଜୁ କରିଛି।

ଅନ୍ୟପକ୍ଷରେ ପୂର୍ବରୁ ସପ୍ନା ଏକ ବୟାନ ଦେଇଥିଲେ ଯେ ଦୁର୍ଘଟଣା ସମୟରେ ସେ କାର୍‌ରେ ନଥିଲେ। ତେଣୁ ସେ ଏ ନେଇ ଥାନାରେ କୌଣସି ଅଭିଯୋଗ କରିବେ ନାହିଁ।

ଜଣାଇଦେବାକୁ ଚାହୁଁ ଯେ ଡିସେମ୍ବର ୨୫ ତାରିଖ ରାତିରେ ଗୁରୁଗ୍ରାମର ହିରୋହଣ୍ଡା ଛକ ଫ୍ଲାଇ ଓଭର୍‌ ତଳେ ସପ୍ନାଙ୍କ କାର୍‌ ଏକ ମିନି ଟ୍ରକ୍‌କୁ ଓଭର ଟେକ୍‌ କରିଥିଲା। ଏହା ପରେ ମିନି ଟ୍ରକ୍‌ଟି ତାଙ୍କ କାର୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ତାଙ୍କ କାର୍‌ଟି ବହୁତ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଏଥିରେ ସପ୍ନା ଆହତ ହୋଇଥିବା ଖବର ମିଳି ନଥିଲା। ଅଭିଯୋଗ ଅନୁଯାୟୀ, ସପ୍ନାଙ୍କ କାର୍ ଭୁଲ୍ ଢଙ୍ଗରେ ମିନି ଟ୍ରକ୍‌ଟିକୁ ଓଭର ଟେକ୍ କରିଥିଲା ଓ ସେଥିପାଇଁ ଏ ଦୁର୍ଘଟଣା ଘଟିଲା।

ସୂଚନାଯୋଗ୍ୟ, ସପ୍ନା ‘ବିଗ୍‌ ବସ୍‌ ୧୧’ରେ ପ୍ରତିଯୋଗୀ ଭାବେ ସାମିଲ ହୋଇଥିଲେ। ଏହି ଶୋ’ରୁ ତାଙ୍କୁ ବହୁତ ଲୋକପ୍ରିୟତା ମିଳିଛି। ଶୋ’ରୁ ବାହାରିବା ପରେ ସପ୍ନା କିଛି ଆଲବମ୍‌ ଓ ଫିଲ୍ମରେ ଆଇଟମ୍‌ ଗୀତ କରିଛନ୍ତି। କିନ୍ତୁ ଏବେ ସେ କେବଳ ବିବାହ ଓ ଜନ୍ମଦିନ କାର୍ଯ୍ୟକ୍ରମଗୁଡ଼ିକରେ ପରଫର୍ମ କରୁଥିବା ଦେଖିବାକୁ ମିଳୁଛି। କିଛିଦିନ ତଳେ ୟୁପିର ମୁରାଦାବାଦରେ ବିଜେପି ବିଧାୟକଙ୍କ ଜନ୍ମଦିନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସପ୍ନା ନୃତ୍ୟ କରି ଚର୍ଚ୍ଚାକୁ ଆସିଥିଲେ।



from Odisha Reporter https://ift.tt/2ZQX25i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages