ପୁରୀ (ଓଡ଼ିଶା ରିପୋର୍ଟର): ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ପୁରୀ ବଳଙ୍ଗା ଥାନା ASI ଚିତ୍ତରଞ୍ଜନ ଦାଶ ନିଲମ୍ବିତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍ପି ଅରୁଣ ଜେନା । ଏପଟେ ମହିଳାଙ୍କୁ ଦୁଷ୍କର୍ମ ହୋଇନାହିଁ ବୋଲି କହିଛନ୍ତି ପୁରୀ ଏସ୍ପି।
ପୁରୀ ଏସ୍ପି ଉମାଶଙ୍କର ଦାସ ଦେଇଥିବା ବୟାନ ଅନୁଯାୟୀ, ଆଜି ମାଜିଷ୍ଟ୍ରେଟଙ୍କ ଆଗରେ ମହିଳାଙ୍କ ବୟାନ ରେକର୍ଡ କରାଯାଇଥିଲା । ହେଲେ ବୟାନ ରେକର୍ଡ ବେଳେ ମହିଳାଜଣକ ଦୁଷ୍କର୍ମ ଅଭିଯୋଗ କରିନାହାନ୍ତି। ମହିଳା ଜଣକ ଦୁଷ୍କର୍ମ ନେଇ ଅଭିଯୋଗ କରିବା ପରେ ଅଭିଯୁକ୍ତ ଏଏସଆଇଙ୍କୁ ଗତକାଲି ଗିରଫ ପରେ କୋର୍ଟଚାଲାଣ କରାଯାଇଥିଲା । କିନ୍ତୁ ଗତକାଲି ପୀଡିତା ଜଣକ ଡାକ୍ତରୀ ମାଇନା କରିବାକୁ ମନାକରି ଦେଇଥିଲେ ।
ପ୍ରଥମେ ନିଜ ଅଭିଯୋଗପତ୍ରରେ ଲିଖିତ ଭାବେ ମହିଳାଜଣକ ଦୁଷ୍କର୍ମ ଅଭିଯୋଗ ଆଣିଥିବା ବେଳେ ଆଜି ନିଜ ବୟାନରୁ ଓହରିଯିବା ପୂରା ଘଟଣାକୁ ରହସ୍ୟାବୃତ୍ତ କରିଛି।
from Odisha Reporter https://ift.tt/2Fl3WGM
No comments:
Post a Comment