ସିଏଏକୁ ବିରୋଧ କରି ଡାକ୍ତର କଫୀଲ ଖାନ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 29, 2020

ସିଏଏକୁ ବିରୋଧ କରି ଡାକ୍ତର କଫୀଲ ଖାନ ଗିରଫ

ମୁମ୍ବାଇ: ଉତ୍ତର ପ୍ରଦେଶର ଡାକ୍ତର କଫୀଲ ଖାନଙ୍କୁ ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇରୁ ଗିରଫ କରାଯାଇଛି। ସେ ମୋଦି ସରକାର ଆଣିଥିବା ବିବାଦୀୟ ସିଏଏକୁ ବିରୋଧ କରି ଗତମାସରେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ସୃଷ୍ଟି କରିବା ଭଳି ଭାଷଣ ଦେଇଥିବା ଅଭିଯୋଗ ହୋଇଛି।

ଏହି କାରଣରୁ ତାଙ୍କୁ ଗିରଫ କରାଯାଇଛି। ଏହାପୂର୍ବରୁ ଉତ୍ତର ପ୍ରଦେଶର ଗୋରଖପୁରରେ ୬୦ ଜଣ ଶିଶୁଙ୍କ ମୃତ୍ୟୁ ଘଟଣାରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ହେଲେ ତାଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନଥିଲା।

ଡାକ୍ତର ଖାନ ମୁମ୍ବାଇଠାରେ ଆୟୋଜିତ ସିଏଏ ବିରୋଧୀ ଆନ୍ଦୋଳନରେ ଯୋଗଦେବା ପାଇଁ ଏୟାରପୋର୍ଟରେ ଓହ୍ଲାଇଥିଲେ। ହେଲେ ଏଠାରେ ମୁମ୍ବାଇ ପୁଲିସ ସହାୟତାରେ ଉତ୍ତର ପ୍ରଦେଶ ପୁଲିସ୍‌ର ସ୍ୱତନ୍ତ୍ର ଟାକ୍ସ ଫୋର୍ସ ତାଙ୍କୁ ଗିରଫ କରିଛି।

ଡିସେମ୍ବର ୧୩ରେ ଡାକ୍ତର ଖାନ ନିଜର ଭାଷଣ ଦ୍ୱାରା ବିଶ୍ୱବିଦ୍ୟାଳୟ ପରିବେଶକୁ ଖରାପ କରିବାକୁ ଚାହୁଁଥିବା ଏକ ଏଫଆଇଆର ରୁଜୁ କରାଯାଇଥିଲା। ଏବେ ଦୀର୍ଘ ୪୦ ଦିନ ପରେ ପୁଲିସ୍‌ ଖାନଙ୍କୁ ଗିରଫ କରିଛି। ତେବେ ଡାକ୍ତର ଖାନ ସିଏଏ ବିରୋଧୀ ଆନ୍ଦୋଳନକୁ ଯାଉଥିବାରୁ ତାଙ୍କୁ ଗିରଫ କରାଯାଇଥିବା କୁହାଯାଉଛି।



from Odisha Reporter https://ift.tt/3165iz0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages