ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 18, 2020

ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣାଶୁଣା ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। କୋଲକାତାର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ସୁନନ୍ଦା ଥିଲେ ପ୍ରଖ୍ୟାତ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଝିଅ। ‘ଗୁରୁମା’ ଭାବେ ଜଣାଶୁଣା ଥିବା ସୁନନ୍ଦା ଥିଲେ ଗ୍ୱାଲିଅର ଘରାନାର କଣ୍ଠଶିଳ୍ପୀ। ହାଇ ପିଚ୍‌ରେ ଗୀତ ଗାଇ ସେ ବେଶ୍ ପରିଚିତ ଥିଲେ।

ସୁନନ୍ଦାଙ୍କ କାଳଜୟୀ ଗୀତ ହେଉଛି- ‘ଜୀବନ ପାତ୍ର ମୋ ଭରିଛ କେତେ ମତେ ….’। ସେ ଓଡ଼ିଶା ସଙ୍ଗୀତ ଏକାଡେମୀ ସହ ଅନେକ ଜାତୀୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ସୁନନ୍ଦାଙ୍କ ଜୀବନୀ ଉପରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର ‘ନୀଳମାଧବ’ ଜାତୀୟ ସ୍ତରରେ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ ପୁରସ୍କୃତ ହୋଇଥିଲା। ୨୦୧୦ ମସିହାରେ ୫୮ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରରେ ‘ନୀଳମାଧବ’ ପୁରସ୍କୃତ ହୋଇଥିଲା।



from Odisha Reporter https://ift.tt/3atkDOL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages