ଲୁନାକୁ ଧକ୍କା ଦେଲା ଦଶଚକିଆ ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 26, 2020

ଲୁନାକୁ ଧକ୍କା ଦେଲା ଦଶଚକିଆ ଟ୍ରକ୍‌

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ରସାସିଙ୍ଗ କେନାଲ ବ୍ରିଜ୍‌ ନିକଟରେ ଏକ ଦଶ ଚକିଆ ଟ୍ରକ୍‌ ଏକ ଲୁନାକୁ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଲୁନା ଚଲାଉଥିଲେ। ତାଙ୍କ ନାଁ ମଜୁରା ବେହେରା। ତାଙ୍କ ଘର ପସାଶିଙ୍ଗ ଗାଁରେ। ସେ ଜଣେ ବ୍ୟବସାୟୀ ଥିଲେ।

ଆଜି ସକାଳ ପ୍ରାୟ୯ଟା ବେଳେ ଏହି ଦୁର୍ଘଟଣା ଘଟିଥିଳା। ମଜୁରା ଲୁନାରେ ଏକ ଆଳୁବସ୍ତା ନେଇ ତାଙ୍କ ହୋଟେଲକୁ ଯାଉଥିଲେ। ଏହି ସମୟରେ ରସାସିଙ୍ଗ କେନାଲ ବ୍ରିଜ ନିକଟରେ ଏକ ଦଶଚକିଆ ଟ୍ରକ୍‌ ତାଙ୍କ ଲୁନାକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣା ପରେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଓ ରାସ୍ତା ମରାମତି କରିବା ଦାବିରେ ସ୍ଥାନୀୟ ଲୋକେ ୫୫ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାସ୍ତାର ଦୁଇ ପାର୍ଶ୍ୱରେ ଶହଶହ ଗାଡ଼ି ମଟର ଅଟକି ରହିଥିଲା। ଏନେଇ ଖବର ପାଇ ସଦର ଥାନା ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସରକାରୀ ନିୟମ ଅନୁସାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଫେରାର୍ ହୋଇଯାଇଛି। ପୁଲିସ୍‌ ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2sYI2GE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages