ଫ୍ୟାନ୍‌ଙ୍କ ଫୋନ୍‌ ଛଡ଼ାଇନେଲେ ସଲ୍‌ମାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 28, 2020

ଫ୍ୟାନ୍‌ଙ୍କ ଫୋନ୍‌ ଛଡ଼ାଇନେଲେ ସଲ୍‌ମାନ୍‌

ମୁମ୍ବାଇ: ବଲିଉଡ୍‌ର ଭାଇଜାନ୍‌ ସଲ୍‌ମାନ୍‌ ଖାନ୍‌ଙ୍କର ଇଣ୍ଡଷ୍ଟ୍ରିରେ ଖାତିର୍‌ ବେଶ୍ ଅଧିକ। ତାଙ୍କ ଫ୍ୟାନ୍‌ ଫଲୋଇଂ ମଧ୍ୟ ବେଶ୍ ଅଧିକ ରହିଛି। ତେଣୁ ସେ ଯୁଆଡ଼େ ଯା’ନ୍ତି ତାଙ୍କୁ ଦେଖିବା ପାଇଁ ଫ୍ୟାନ୍‌ଙ୍କ ଭିଡ଼ ଜମେ। ନିକଟରେ ତାଙ୍କୁ ଗୋଆ ବିମାନବନ୍ଦରରେ ଦେଖିବା ପାଇଁ ଖୁବ୍ ଭିଡ଼ ଜମିଥିଲା। ହେଲେ ସେଠି ଏମିତି କିଛି ଘଟଣା ଘଟିଥିଲା ଯାହା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ସଲ୍‌ମାନ ନିଜ ଅପ୍‌କମିଂ ଫିଲ୍ମ ‘ରାଧେ’ର ଶୁଟିଂ ପାଇଁ ଗୋଆ ଯାଇଥିଲେ। ସେଠାରେ ତାଙ୍କୁ ଦେଖିବା ପାଇଁ ଏୟାର୍‌ପୋର୍ଟରେ ଫ୍ୟାନ୍‌ଙ୍କର ବହୁତ ଭିଡ଼ ଜମିଥିବା ବେଳେ ଜଣେ ବ୍ୟକ୍ତି ଆଗକୁ ଚାଲି ଆସି ମୋବାଇଲ୍‌ ଫୋନ୍‌ରେ ତାଙ୍କ ଫଟୋ ଉଠାଇଥିଲେ। ଏହା ଦେଖି ସଲ୍‌ମାନ୍ ରାଗି ଯାଇଥିଲେ ଓ ତାଙ୍କ ହାତରୁ ଫୋନ୍‌ଟିକୁ ଛଡ଼ାଇ ନେଇଥିଲେ। ଆଉ ଏହି ଦୃଶ୍ୟ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ସଲ୍‌ମାନ୍‌ଙ୍କର ଏକ ନିୟମ ରହିଛି। ବିନା ଅନୁମତିରେ ସେ କାହାକୁ ତାଙ୍କ ଫଟୋ ଉଠାଇବାକୁ ଦିଅନ୍ତି ନାହିଁ। ଉକ୍ତ ବ୍ୟକ୍ତି ଜଣଙ୍କ ତାଙ୍କ ବିନା ଅନୁମତିରେ ଫଟୋ ଉଠାଇବାରୁ ସେ ରାଗିଯାଇଥିଲେ। ତେଣୁ ସଲ୍‌ମାନ୍ ତାଙ୍କ ଫୋନ୍ ଛଡ଼ାଇ ନେଇଥିଲେ। ତେବେ ତାଙ୍କର ଏଭଳି ବ୍ୟବହାରକୁ ଲୋକେ ନାପସନ୍ଦ କରିଛନ୍ତି। ତେଣୁ ସୋଶାଲ୍‌ ମିଡିଆରେ ତାଙ୍କୁ ସମାଲୋଚନା କରାଯାଉଛି। ଅବଶ୍ୟ କିଛି ଲୋକ ସଲ୍‌ମାନ୍‌ଙ୍କ ସପକ୍ଷରେ ମଧ୍ୟ ବାହାରିଛନ୍ତି। ସେମାନେ କହିଛନ୍ତି ଯେ ବିନା ଅନୁମତିରେ ପଟୋ ଉଠାଇବା ବ୍ୟକ୍ତିଗତ ଜୀବନରେ ଦଖଲ ଦେବା ସହ ସମାନ।

ତେବେ ସଲ୍‌ମାନ୍ ପ୍ରଥମଥର ପାଇଁ ଫ୍ୟାନ୍‌ଙ୍କ ସହ ଏଭଳି ବ୍ୟବହାର କରି ନାହାନ୍ତି। ପୂର୍ବରୁ ମଧ୍ୟ ତାଙ୍କର ଏତାଦୃଶ୍ୟ ବ୍ୟବହାର ଦେଖିବାକୁ ମିଳିଛି। ଥରେ  ମୁମ୍ବାଇରେ ସେ ସାଇକେଲ୍‌ରେ ଯାଉଥିବା ବେଳେ ଜଣେ ଫ୍ୟାନ୍ ମୋବାଇଲ୍‌ ଫୋନ୍‌ରେ ଉକ୍ତ ଦୃଶ୍ୟକୁ ରେକର୍ଡ କରିଥିଲେ। ସଲ୍‌ମାନ୍ ଏହା ଦେଖିପାରିଥିଲେ ଓ ତାଙ୍କଠାରୁ ଫୋନ୍‌ଟିକୁ ଛଡ଼ାଇ ନେଇଥିଲେ। ଏହା ପରେ ଉକ୍ତ ବ୍ୟକ୍ତି ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ, ସଲ୍‌ମାନ୍‌ଙ୍କ ଫିଲ୍ମ ‘ରାଧେ’ ମେ’ ୨୨ ତାରିଖରେ ରିଲିଜ୍‌ ହେବ। ଏଥିରେ ତାଙ୍କ ସହିତ ଦିଶା ପଟାନୀ ଲିଡ୍‌ ରୋଲ୍‌ରେ ନଜର ଆସିବେ। ସେହିପରି ରଣଦୀପ ହୁଡ଼ାଙ୍କୁ ନେଗେଟିଭ୍‌ ଚରିତ୍ରରେ ଦେଖିବାକୁ ମିଳିବ। ଜ୍ୟାକି ଶ୍ରଫ୍‌ ଓ ଗୌତମ ଗୁଲାଟି ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ପ୍ରଭୁ ଦେବା ଏହାର ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳି ଥିବା ବେଳେ ସଲମାନ୍‌, ସୋହେଲ୍‌ ଖାନ୍‌ ଓ ଅତୁଲ ଅଗ୍ନିହୋତ୍ରୀ ମିଳିତ ଭାବେ ପ୍ରଯୋଜନା କରୁଛନ୍ତି। ‘ୱାଣ୍ଟେଡ୍’ ଓ ‘ଦବଙ୍ଗ-୩’ ପରେ ପ୍ରଭୁ ଦେବାଙ୍କର ସଲମାନଙ୍କ ସହ ଏହା ତୃତୀୟ ଫିଲ୍ମ।



from Odisha Reporter https://ift.tt/311vRpa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages