କେରଳ: ‘ଗୋ ବ୍ୟାକ୍‌’ ନାରା ଦେଇ ରାଜ୍ୟପାଳଙ୍କୁ କୁହାଇ ଦେଲେନି ବିରୋଧୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 28, 2020

କେରଳ: ‘ଗୋ ବ୍ୟାକ୍‌’ ନାରା ଦେଇ ରାଜ୍ୟପାଳଙ୍କୁ କୁହାଇ ଦେଲେନି ବିରୋଧୀ

ଥିରୁଭନନ୍ତପୁରମ୍‌: କେରଳରେ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ଆଜି ବିଧାନସଭାରେ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ୍‌ଙ୍କୁ ହଟହଟା କରିଥିବା ଅଭିଯୋଗ ହୋଇଛି। ବୁଧବାର ସକାଳୁ ସେମାନେ ରାଜ୍ୟପାଳଙ୍କ ବାଟ ଓଗାଳିବା ସହ ଫେରିଯିବାକୁ କହିଥିବା ସୂଚନା ମିଳିଛି।

ଆଜି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ଙ୍କ ସହ ବିଧାନସଭା ଆସିଥିବା ରାଜ୍ୟପାଳଙ୍କୁ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟର ବିଧାୟକମାନେ ବିରୋଧ କରିଥିଲେ। ସେମାନେ ‘କଲ୍‌ ବ୍ୟାକ୍‌ ଗଭର୍ଣ୍ଣର’ ଏବଂ ସିଏଏ ବିରୋଧୀ ସ୍ଲୋଗାନ୍‌ ଲେଖା ପ୍ଲାକାର୍ଡ ଦେଖାଇ ବିରୋଧ କରିବା ସହ ବାଟ ଓଗାଳିଥିଲେ।

ସୂଚନାଯୋଗ୍ୟ ଯେ, ଏପର୍ଯ୍ୟନ୍ତ ୪ଟି ରାଜ୍ୟ ସିଏଏ ବିରୋଧରେ ସଂକଳ୍ପ ପାରିତ କରିସାରିଛନ୍ତି। ଏହି ପ୍ରକ୍ରିୟା କେରଳ ହିଁ ଆରମ୍ଭ କରିଥିଲା। ଶେଷ ଥର ପାଇଁ ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ତୃଣମୂଳ ସରକାର ଏହି ସଂକଳ୍ପ ପାରିତ କରିଛନ୍ତି।

ତେବେ ଆଜି କେରଳ ବିଧାନସଭାରେ ଘଟଣା ଟିକେ ଭିନ୍ନ ଥିଲା। ଆଜି ବିଧାୟକମାନେ ଆସନରୁ ଉଠି ରାଜ୍ୟପାଳଙ୍କ ବାଟ ଓଗାଳିବା ସମୟରେ ରାଜ୍ୟପାଳ ସ୍ମିତହାସ୍ୟ ଦେଇ ସେମାନଙ୍କୁ ହଟିବାକୁ ଅପେକ୍ଷା କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ବିଜୟନ ତାଙ୍କୁ ବାଟ କଢ଼ାଇନେବାକୁ ପ୍ରୟାସ କରିଥିଲେ। ଏହାପରେ ବିଧାନସଭାରେ ମାର୍ଶାଲମାନେ ରାଜ୍ୟପାଳଙ୍କୁ ପୋଡ଼ିଅମ୍‌କୁ ନେଇଯାଇଥିଲେ।

ଏହାପରେ ଜାତୀୟ ସଙ୍ଗୀତ ପ୍ଲେ କରାଯାଇଥିଲା। ଏହା ସରିବା ମାତ୍ରେ ରାଜ୍ୟପାଳଙ୍କ ପୋଡ଼ଅମ୍‌ ନିକଟକୁ ବିଧାୟକମାନେ ମାଡ଼ିଆସିଥିଲେ। ରାଜ୍ୟପାଳ ଅଭିଭାଷଣ ଆରମ୍ଭ କରିଥିଲେ ହେଁ ସେମାନେ ଏହାକୁ ବୟକଟ୍‌ କରିଥିଲେ। ଏହି ଭାଷଣରେ ସିଏଏ ବିରୋଧୀ ଏକ ପାରାଗ୍ରାଫ୍‌ ଥିଲା। ତେବେ ସିଏଏକୁ ନେଇ ଭିନ୍ନ ମତ ରହିଥିଲେ ହେଁ ମୁଖ୍ୟମନ୍ତ୍ରୀ ଅନୁରୋଧରେ ସେ ଏପରି କରୁଥିବା କହିଥିଲେ।

ଆଜି ବିରୋଧୀଙ୍କ ଏପରି ବିରୋଧ ବାବଦରେ ବିଜେପି ନେତା ଜୟ ସୂର୍ଯ୍ୟନ୍‌ କହିଥିଲେ, ଏହା ରାଷ୍ଟ୍ର ବିରୋଧୀ ଏବଂ ସମ୍ବିଧାନ ବିରୋଧୀ। କିନ୍ତୁ ରାଜ୍ୟପାଳ ଏଭଳି ସ୍ଥିତିକୁ ନିୟନ୍ତ୍ରଣ କରିବାର କ୍ଷମତା ରଖିଛନ୍ତି।



from Odisha Reporter https://ift.tt/2vtqgw5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages