ଆନନ୍ଦପୁର(ମୁନା ସିଂ): ପାରିବାରିକ କଳହର ସମାଧାନ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ମହିଳା ପୁଲିସ୍ ଏସ୍ଆଇ। ଏହି ଆକ୍ରମଣରେ ଆହତ ହୋଇଥିବା କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଏସ୍ଆଇ ଚିକିତ୍ସାଧୀନ ଅଛନ୍ତି।
ସୂଚନାଅନୁସାରେ, ସୁକିନ୍ଦା ଅଞ୍ଚଳର ପଦ୍ମିନୀ ଘଷିପୁରା ଥାନା ଅନ୍ତର୍ଗତ ପଦନପୁର ଗାଁର ପଦ୍ମଲୋଚନକୁ ୧୦ ବର୍ଷ ତଳେ ବିବାହ କରିଥିଲେ। ହେଲେ ଉଭୟଙ୍କ ମଧ୍ୟରେ ସବୁବେଳେ ଗଣ୍ଡଗୋଳ ଲାଗି ରହୁଥିଲେ। ଗତକାଲି ସେମାନଙ୍କ ଗଣ୍ଡଗୋଳର ସମାଧାନ ପାଇଁ ପଦନପୁର ଗାଁରେ ଏକ ବୈଠକ ବସିଥିଲା। ହେଲେ ସମାଧାନ ପରିବର୍ତ୍ତେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଘଷିପୁରା ପୁଲିସ୍ ସେଠାରେ ପହଞ୍ଚିଥିଲା। ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ପୁଲିସ୍ ଥାନାକୁ ଆଣିବା ବେଳେ ଗାଁର ଜଣେ ବ୍ୟକ୍ତି ଏସ୍ଆଇଙ୍କୁ ଆକ୍ରମଣ କରିଥିଲେ।
ଏନେଇ ଆନନ୍ଦପୁର ଏସ୍ଡିପିଓ ବିଦ୍ୟୁତ୍ ପଣ୍ଡା କହିଛନ୍ତି,“ଗତକାଲି ପଦନପୁରରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ନେଇ ଏକ ରିପୋର୍ଟ ହୋଇଥିଲା। ଏହାପରେ ପୁଲିସ୍ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଗାଁରେ ଘଟଣାର ଆପୋଷ ସମାଧାନ ବେଳେ ଜଣେ ଗାଁ ଲୋକ ଆମର ଜଣେ ମହିଳା ସବ୍ଇନପେକ୍ଟରଙ୍କୁ ହଠାତ୍ ଆକ୍ରମଣ କରିଥିଲେ। ତାଙ୍କ ଆଖିରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଆମେ ଡାକ୍ତରଖାନା ପଠାଇଛୁ। ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
from Odisha Reporter https://ift.tt/2usKjKC
No comments:
Post a Comment