ପୋଷାକ ପରେ ଖାଇବା ଶୈଳୀରୁ କିଏ ବାଂଲାଦେଶୀ ଚିହ୍ନିଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 23, 2020

ପୋଷାକ ପରେ ଖାଇବା ଶୈଳୀରୁ କିଏ ବାଂଲାଦେଶୀ ଚିହ୍ନିଲା ବିଜେପି

ନୂଆଦିଲ୍ଲୀ: ବିବାଦୀୟ ସିଏଏ ବିରୋଧରେ କିଏ ଆନ୍ଦୋଳନ କରୁଛି ସେକଥା ସେମାନଙ୍କ ପୋଷାକରୁ ଜଣାପଡ଼ୁଛି ବୋଲି ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ମୋଦିଙ୍କ ପୋଷାକ ବୟାନ ପରେ ଏବେ ବିଜେପିର ବରିଷ୍ଠ ନେତା କୈଳାସ ବିଜୟଭର୍ଗିୟା ଖାଇବା ଶୈଳୀର ଫର୍ମୁଲା ଆରମ୍ଭ କରିଛନ୍ତି। ସେ ଜଣଙ୍କର ଖାଇବା ଶୈଳୀ ଦେଖି ସେ ଭାରତୀୟ କି ବାଂଲାଦେଶୀ ସେକଥା ଜାଣିପାରୁ ଥିବା କହିଛନ୍ତି।

ସେ କହିଛନ୍ତି, “ନିକଟରେ ମୋ ଘର କାମ ହେଉଥିଲା। ଏଥିରେ ନିୟୋଜିତ ଶ୍ରମିକମାନଙ୍କ ମଧ୍ୟରେ କିଛି ବାଂଲାଦେଶୀ ରହିଥିଲେ। ମୁଁ ଏକଥା ସେମାନଙ୍କ ଭିନ୍ନ ଧରଣର ଖାଇବା ଶୈଳୀରୁ ହିଁ ଚିହ୍ନଟ କରିଥିଲି। ସେମାନେ କେବଳ ପୋହା ଖାଇବାରେ ବ୍ୟସ୍ତ ରହିଥିଲେ। ତେଣୁ ଏଥିରୁ ସେମାନେ ବାଂଲାଦେଶୀ ବୋଲି ମୁଁ ଜାଣିବାକୁ ପାଇଲି।

ଦୁଇ ଦିନ ଧରି ମୁଁ ସେମାନଙ୍କୁ ସନ୍ଦେହ କରୁଥିବା ଶ୍ରମିକମାନେ ଜାଣିବାକୁ ପାଇଥିଲେ। ମୁଁ ଏ ସମ୍ପର୍କରେ ସେମାନଙ୍କ ସୁପରଭାଇଜରଙ୍କ ସହ କଥା ମଧ୍ୟ ହୋଇଥିଲି। ଏକଥା ସେମାନେ ଜାଣିବାକୁ ପାଇବାରୁ କାମ କରିବା ବନ୍ଦ କରିଦେଇଥିଲେ। ମୁଁ ପୁଲିସ୍‌ରେ କୌଣସି ଅଭିଯୋଗ କରିନାହିଁ। କେବଳ ଲୋକଙ୍କୁ ସତର୍କ କରିବା ପାଇଁ ଏହି ସୂଚନା ଦେଉଛି।”

ଗୋଟିଏ ସେମିନାରରେ ସେ ଆହୁରି କହିଛନ୍ତି, “ଦୀର୍ଘ ଦେଢ଼ ବର୍ଷ ହେଲା ବାଂଲାଦେଶୀ ଆତଙ୍କବାଦୀମାନେ ମୋ ଉପରେ ନଜର ରଖିଛନ୍ତି। ମୁଁ ଯେତେବେଳେ ବି ବାହାରକୁ ଯାଉଛି ମୋ ସହ ୬ ଜଣ ସୁରକ୍ଷାକର୍ମୀ ବନ୍ଧୁକ ଧରି ଯାଉଛନ୍ତି। ଏ ଦେଶରେ କ’ଣ ଚାଲିଛି?

ଆମେ ଦେଶରେ ପ୍ରବେଶ କରି ଆତଙ୍କ ଖେଳାଉଥିବା ଲୋକଙ୍କୁ ଏଠାରୁ ବିଦା କରିବୁ। ଗୁଜବରେ କେହି ବି ବିଶ୍ୱାସ କରନ୍ତୁ ନାହିଁ। ସିଏଏ ଦେଶର ସ୍ୱାର୍ଥ ପାଇଁ ଲାଗୁ କରାଯାଇଛି। ଏହା ପ୍ରକୃତ ଶରଣାର୍ଥୀଙ୍କୁ ନାଗରିକତା ଦେବ ଓ ଅନୁପ୍ରବେଶକାରୀଙ୍କୁ ଦେଶରୁ ବିଦା କରିବ।”



from Odisha Reporter https://ift.tt/2TNWo7X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages