କ’ଣ ରହିଛି ମୋଦି-ମମତା ମଧ୍ୟରେ ବିବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 10, 2020

କ’ଣ ରହିଛି ମୋଦି-ମମତା ମଧ୍ୟରେ ବିବାଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଅପରାହ୍ନରେ କୋଲାକାତା ସ୍ଥିତ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ରାଜଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପରସ୍ପରକୁ ଭେଟିବେ। ଆଜି ସାରା ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ ହେଉଥିବା ବେଳେ ପରସ୍ପରର ଘୋର ବିରୋଧୀ ଏହି ଦୁଇ ନେତା ଭେଟିବାକୁ ଯାଉଛନ୍ତି। ତେବେ ଏହି ଭେଟଘାଟ ହଠାତ୍ କାହିଁକି ଏ ନେଇ ଅନେକ ପ୍ରଶ୍ନ ଉଠିଛି।

ମୋଦି ସରକାରଙ୍କ ସିଏଏ, ଏନଆରସି, ଏନପିଆର ଏହି ସବୁକୁ ବିରୋଧ କରୁଛନ୍ତି ମମତା ବାନାର୍ଜୀ। ସଡ଼କରୁ ସଂସଦ ତୃଣମୂଳ କଂଗ୍ରେସର ନେତା, କର୍ମୀ ଓ ନିର୍ବାଚିତ ପ୍ରତିନିଧି ବିଜେପି ଓ କେନ୍ଦ୍ର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଭଳି ସ୍ଥିତିରେ ଆଜି ଦୁଇ ନେତା ପରସ୍ପରକୁ ଭେଟିବା ଅନେକ ଅସମାହିତ ପ୍ରଶ୍ନକୁ ଉଜାଗର କରିଛି। ଦୁଇ ଦଳ ମଧ୍ୟରେ ଥିବା ବିବାଦ ଏହି ଭେଟଘାଟ ଜରିଆରେ ସମାଧାନ ପାଇଁ ବାଟ ଫିଟାଇବ କି ଏମିତି ଅନେକ ଆଲୋଚନା ହେଉଛି।

କ’ଣ ରହିଛି ବିଜେପି-ଟିଏମସି ମଧ୍ୟରେ ବିବାଦ?

  • ପଶ୍ଚିମବଙ୍ଗରେ ଟିଏମସିର ବିକଳ୍ପ ହେବାକୁ ବିଜେପି ଚେଷ୍ଟା କରୁଛି।
  • ଲୋକସଭା ନିର୍ବାଚନରେ ବିଜେପି ଅନେକ ସ୍ଥାନରେ ବିଜୟୀ ହୋଇଛି।
  • ମମତାଙ୍କ ଟିଏମସିର ସାଂସଦ ପ୍ରାର୍ଥୀଙ୍କୁ ହରାଇ ବିଜେପି ଲୋକଙ୍କ ଆସ୍ଥାଭାଜନ ହୋଇଛି।
  • ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ରହିଛି। ବିଜେପି କ୍ଷମତା ଦଖଲ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି।
  • ମମତାଙ୍କ ଘନିଷ୍ଠ ତଥା ଆଇପିଏସ ଅଫିସର ରାଜୀବ କୁମାରଙ୍କୁ ଚିଟଫଣ୍ଡ ମାମାଲାରେ ଗିରଫ କରିବ ବୋଲି ସିବିଆଇ ଅଣ୍ଟା ଭିଡ଼ିଛି।
  • ଶାରଦା ଚିଟଫଣ୍ଡ ମାମଲାରେ ଅନେକ ଟିଏମସି ନେତା ସାମିଲ୍ ଥିବା ସିବିଆଇ ପ୍ରମାଣ ପାଇଛି।
  • ସିବିଆଇ ରାଜୀବଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ମମତା ବିରୋଧ କରିଥିଲେ।
  • ମମତା କଟ୍ଟର ହିନ୍ଦୁ ରାଜନୀତିକୁ ବିରୋଧ କରୁଥିବା ବେଳେ ପଶ୍ଚିମବଙ୍ଗରେ ବିଜେପି କିନ୍ତୁ ହିନ୍ଦୁତ୍ୱ ରାଜନୀତିକୁ ଗୁରୁତ୍ୱ ଦେଉଛି।
  • ବିଜେପି ବିରୋଧରେ ମମତା ଏବେ ବଡ଼ କଣ୍ଟା।
  • ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ ଆନ୍ଦୋଳନ ଡାକରା ଦେଇ ବିରୋଧୀକୁ ଏକ କରୁଛନ୍ତି।
  • ଅନେକ ରାଜ୍ୟରେ ବିଜେପି କ୍ଷମତାଚ୍ୟୁତ ହେଉଛି।
  • ନିକଟରେ ଶିବସେନା ବିଜେପିର ହାତ ଛାଡ଼ିଥିବା ବେଳେ ଜେଡିୟୁ ଛାଡ଼ିବ ବୋଲି ଚର୍ଚ୍ଚା ହେଉଛି।
  • ବିଜେପି ପାଖରେ ବଡ଼ ସହଯୋଗୀ ଦଳ ଭାବରେ କେବଳ ଜେଡିୟୁ ରହିଛି।
  • ପଶ୍ଚିମବଙ୍ଗରେ ସିଏଏ, ଏନପିଆର ଓ ଏନଆରସି ଲାଗୁ କରିବନି ବୋଲି ମମତା କହିଛନ୍ତି।
  • ମୋଦି ସରକାର ଧର୍ମାନ୍ତୀକରଣ ରାଜନୀତି କରନ୍ତି ବୋଲି ମମତା କୁହନ୍ତି।
  • କେନ୍ଦ୍ରର ଅନେକ ଯୋଜନା ଲାଗୁ କରାଉ ନାହାନ୍ତି ମମତା।


from Odisha Reporter https://ift.tt/2tNc6Fh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages