ଏନପିଆରରେ ଆଧାର କିମ୍ବା ପାସପୋର୍ଟ ନମ୍ବର ଦେବାକୁ ବାଧ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 15, 2020

ଏନପିଆରରେ ଆଧାର କିମ୍ବା ପାସପୋର୍ଟ ନମ୍ବର ଦେବାକୁ ବାଧ୍ୟ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧ରୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକ୍ରମେ ସମଗ୍ର ଦେଶରେ ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନପିଆର) ଆରମ୍ଭ ହେବ। ଏହି ସମୟରେ ଜଣେ ବ୍ୟକ୍ତିଙ୍କୁ ଆଧାର, ଭୋଟର ପରିଚୟ ପତ୍ର, ପାସପୋର୍ଟ ନମ୍ବର ଓ ଡ୍ରାଇଭିଂ ଲାଇସେନ୍ସ ନମ୍ବର ଦେବା ବାଧ୍ୟତାମୂଳକ ହେବ।

ଗୃହମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯଦି ଜଣଙ୍କ ପାଖରେ ସେ ପୂର୍ବରୁ ରହୁଥିବା ସ୍ଥାନରେ ଉପରୋକ୍ତ ଯେ କୌଣସି ଦସ୍ତାବିଜ୍‌ ରହିଥିବ, ଏନପିଆର ସମୟରେ ସେ ଏହାକୁ ଦେବାକୁ ବାଧ୍ୟ। ତେବେ ଫର୍ମରେ ଥିବା ପାନ କାର୍ଡ କଲମକୁ ବିରୋଧ ପରେ ହଟାଇ ଦିଆଯାଇଛି।

ଜଣେ ବରିଷ୍ଠ ଅଧିକାରୀ “ସ୍ୱେଚ୍ଛାକୃତ” ଓ “ବିକଳ୍ପ” ଦସ୍ତାବିଜ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ କହିଛନ୍ତି, “ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଆଧାର, ଡ୍ରାଇଭିଂ ଲାଇସେନ୍ସ, ଭୋଟର ଆଇଡି କିମ୍ବା ପାସପୋର୍ଟ ନମ୍ବର ନାହିଁ, ତା’ହେଲେ ତାଙ୍କୁ ଏନପିଆର ସମୟରେ ଏହାର ଦସ୍ତାବିଜ ଦେବାର ଆବଶ୍ୟକ ନାହିଁ।

କିନ୍ତୁ ଯଦି ଜଣେ ବ୍ୟକ୍ତିଙ୍କ ପାଖରେ ଉପରୋକ୍ତ ଯେକୌଣସି ପରିଚୟ ପତ୍ର ରହିଛି, ତା’ହେଲେ ତାଙ୍କୁ ଏନପିଆର ସମୟରେ ଏହାକୁ ସର୍ଭେ ପାଇଁ ଯାଇଥିବା ଅଧିକାରୀଙ୍କୁ ଦେବାକୁ ପଡ଼ିବ। ଏସବୁ ଦସ୍ତାବିଜ ମଧ୍ୟରୁ ଯେକୌଣସି କାଗଜ ଦେଖାଇବା ବେଳେ ବ୍ୟକ୍ତିଙ୍କୁ ଆଉ କୌଣସି ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ।

କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଡିସେମ୍ବର ୨୪ରେ ୨୦୨୧ ଜନଗଣନା ଓ ୨୦୨୦ ଏନପିଆର ସମ୍ପର୍କରେ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ସମ୍ପର୍କରେ କହିଥିଲେ ଯେ ଏନପିଆର ବେଳେ ଆଧାର ନମ୍ବର ଦେବା ଜଣେ ବ୍ୟକ୍ତିଙ୍କ ଇଚ୍ଛାକୃତ ବ୍ୟାପାର ହେବ। ସେହିପରି ଅନ୍ୟତମ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଥିଲେ “ଏନପିଆର ସମୟରେ କୌଣସି ଦସ୍ତାବିଜ ଦେଖାଇବାକୁ ପଡ଼ିବ ନାହିଁ। ଲୋକମାନେ ଯାହା କହିବେ, ତା’କୁ ହିଁ ତଥ୍ୟ ଭାବେ ଗ୍ରହଣ କରାଯିବ।”

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ, “ଯଦି ଜଣେ ବ୍ୟକ୍ତିଙ୍କ ପାଖରେ କୌଣସି କାଗଜପତ୍ର ନାହିଁ, ତା’ହେଲେ କିଛି ବି ଅସୁବିଧା ନାହିଁ। ଏନପିଆର ବେଳେ ଏଗୁଡ଼ିକୁ ମଗାଯିବ ନାହିଁ।”

ହେଲେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀଙ୍କ ବୟାନ ପରେ ଏହା ସ୍ପଷ୍ଟ ହୋଇଛି ଯେ ଏନପିଆର ବେଳେ ଯଦି ଜଣେ ବ୍ୟକ୍ତିଙ୍କ ପାଖରେ ଉପରୋକ୍ତ ଯେ କୌଣସି ଦସ୍ତାବିଜ ରହିଛି, ତା’ହେଲେ ତାଙ୍କୁ ଏନପିଆର ବେଳେ ଏହା ଦେଖାଇବାକୁ ପଡ଼ିବ। ଏନପିଆର ବେଳେ ଯଦି କୌଣସି ପରିବାରର ମୁଖ୍ୟ ଭୁଲ ତଥ୍ୟ ଦିଅନ୍ତି, ତା’ହେଲେ ତାଙ୍କ ଉପରେ ୧ ହଜାର ଟଙ୍କାର ଜୋରିମାନା ଦେବାର ପ୍ରାବଧାନ ରହିଛି।



from Odisha Reporter https://ift.tt/2Ts0Tov

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages