ପୁରୁଣା ଅନ୍ଦାଜରେ ଫେରୁଛନ୍ତି ସୈଫ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 13, 2020

ପୁରୁଣା ଅନ୍ଦାଜରେ ଫେରୁଛନ୍ତି ସୈଫ୍

ମୁମ୍ବାଇ: ବକ୍ସ ଅଫିସ୍‌ରେ ଫିଲ୍ମ ‘ତାନାଜୀ’ ଧମାଲ୍‌ କରୁଥିବା ବେଳେ ରିଲିଜ୍‌ ହୋଇଯାଇଛି ସୈଫ୍ ଅଲୀ ଖାନ୍‌ଙ୍କ ଆଉ ଏକ ଫିଲ୍ମ ‘ଜୱାନୀ ଜାନେମନ୍‌’ର ଟ୍ରେଲର୍। ଏଥିରେ ତାଙ୍କୁ ବେଶ୍ କୁଲ୍‌ ଅନ୍ଦାଜରେ ଦେଖିବାକୁ ମିଳିଛି। ତାଙ୍କ ବ୍ୟତୀତ ଏହି ଫିଲ୍ମରେ ତବୁ ଓ ପୂଜା ବେଦୀଙ୍କ ଝିଅ ଆଲିଆ ଫର୍ଣ୍ଣିଚରୱାଲା ଅଛନ୍ତି। ଆଲିଆ ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ଲଗାତାର ଭାବେ ଅନେକ ଗୁଡ଼ିଏ ଫିଲ୍ମରେ ସିରିୟସ୍ ରୋଲ୍‌ରେ ଅଭିନୟ କରିଥିବା ସୈଫ୍‌ଙ୍କୁ ଏଥିରେ ପୁଣି ପୂର୍ବ ଅନ୍ଦାଜରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ସେ ଏମିତି ଏକ ଚରିତ୍ରରେ ଅଭିନୟ କରିଛନ୍ତି ଯିଏ ପାର୍ଟି କରିବାକୁ ଭଲ ପା’ନ୍ତି। ତା’ ସହିତ ଝିଅମାନଙ୍କ ସହିତ ବୁଲିବା ଓ ଫ୍ଲର୍ଟ କରିବାକୁ ସେ ପସନ୍ଦ କରନ୍ତି। ତାଙ୍କ ଜୀବନ ମସ୍ତୀରେ ଭର୍ତ୍ତି ହୋଇଥିବା ବେଳେ ସେ ଆଦୌ ପରିବାରର ଦାୟିତ୍ୱ ନେବାକୁ ରାଜି ନୁହନ୍ତି। ତେବେ ତାଙ୍କ ଜୀବନରେ ସେତେବେଳେ ଏକ ଟର୍ଣ୍ଣିଂ ପଏଣ୍ଟ ଆସେ ଯେତେବେଳେ ସେ ଜାଣିବାକୁ ପା’ନ୍ତି ଯେ ଆଲିଆ ତାଙ୍କ ଝିଅ। ସେ ୨୧ ବର୍ଷ ପର୍ଯ୍ୟନ୍ତ ଏ କଥା ଜାଣି ନଥିଲେ। ଆଲିଆଙ୍କ ମା’ ଭୂମିକାରେ ଅଭିନୟ କରିଛନ୍ତି ତବୁ। ଫିଲ୍ମରେ ଇମୋସନ୍ ସହିତ ଅନେକ ଟ୍ୱିଷ୍ଟ୍ ରହିଛି, ଯାହା ଦର୍ଶକଙ୍କୁ ବାନ୍ଧି ରଖିପାରିବ ବୋଲି ନିର୍ମାତା ଆଶା ରଖିଛନ୍ତି।

ଫିଲ୍ମଟିର ଟ୍ରେଲର୍‌କୁ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳୁଛି। ଏଯାବତ୍ ଏହାକୁ ୨ କୋଟିରୁ ଅଧିକ ଲୋକ ଦେଖି ସାରିଲେଣି। ସମସ୍ତେ ସୈଫ୍‌ଙ୍କୁ ପୁରୁଣା ଅନ୍ଦାଜରେ ଦେଖିବାକୁ ବେଶ୍ ଉତ୍ସାହିତ ଅଛନ୍ତି।

ଏହି ଫିଲ୍ମରେ ସୈଫ୍‌ ଅଭିନୟ କରିବା ସହ ପ୍ରଯୋଜନା ଦାୟିତ୍ୱରେ ମଧ୍ୟ ଅଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ନୀତିନ୍ କକ୍କର। ଫେବୃଆରୀ ମାସରେ ସିନେମାଟି ରିଲିଜ୍ ହେବାର ଥିଲା। ତେବେ ନିର୍ମାତା ଏହାକୁ ଜାନୁଆରୀ ୩୧ ତାରିଖରେ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।



from Odisha Reporter https://ift.tt/2tSVTi2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages