କୁଖ୍ୟାତ ଆତଙ୍କୀ ଆଦିଲର ଖେଳ ଖତମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 13, 2020

କୁଖ୍ୟାତ ଆତଙ୍କୀ ଆଦିଲର ଖେଳ ଖତମ

ଶ୍ରୀନଗର: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। କୁଖ୍ୟାତ ଆତଙ୍କବାଦୀ ଆଦିଲ ଗୁଲଜାର ଶେଖ ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି। ଜମ୍ମୁ-କଶ୍ମୀରର ବୁଡଗାମ ଅଞ୍ଚଳରେ ସଂଗଠିତ ଏନକାଉଣ୍ଟରରେ ଆଦିଲ ନିହତ ହୋଇଥିବା ଆଜି ସେନା ପକ୍ଷରୁ କୁହାଯାଇଛି।

ଆଦିଲ ହିଜବୁଲ ମୁଜାହିଦ୍ଦିନ ପାଇଁ ଉପତ୍ୟକାରେ କାମ କରୁଥିଲା। ସେ ଜଣେ ପୁଲିସ ଅଫିସର, ସିଆରପିଏଫ ଡାକ୍ତର, ଲେଖକ ଓ ଯେଉଁମାନେ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରୁଥିଲେ ସେମାନଙ୍କୁ ହତ୍ୟା କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା।

ଗତକାଲି ସନ୍ଧ୍ୟାରେ ଆଦିଲ ବୁଡଗାମର ବେହରାମପୋରା ଅଞ୍ଚଳରେ ଲୁଚି ଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ଆଦିଲ ଗୁଳିମାଡ଼ କରିଥିଲା।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏନକାଉଣ୍ଟରରେ ଆଦିଲ ନିହତ ହୋଇଥିଲା। ତା’ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଓ ଏକେ ୪୭ ବନ୍ଧୁକ ଜବତ ହୋଇଛି।



from Odisha Reporter https://ift.tt/2FOzCoc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages