ମୁଶାରଫଙ୍କ ମୃତ୍ୟୁଦଣ୍ଡକୁ ଅବୈଧ କହିଲେ ପାକିସ୍ତାନ କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 13, 2020

ମୁଶାରଫଙ୍କ ମୃତ୍ୟୁଦଣ୍ଡକୁ ଅବୈଧ କହିଲେ ପାକିସ୍ତାନ କୋର୍ଟ

ଲାହୋର: ଦେଶଦ୍ରୋହ ମାମଲାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ପାଇଥିବା ମୃତ୍ୟୁଦଣ୍ଡକୁ ଅବୈଧ ଘୋଷଣା କରିଛନ୍ତି ଲାହୋର ହାଇକୋର୍ଟ। ମୁଶାରଫଙ୍କୁ ସ୍ୱତନ୍ତ୍ର ଅଦାଲତ ଦେଶଦ୍ରୋହ ମାମଲାରେ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ଏହାକୁ ମୁଶାରଫ ଇଷ୍ଟର୍ଣ୍ଣ ଲାହୋରରେ ଥିବା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏବେ କୋର୍ଟ ଏଭଳି ଦଣ୍ଡାଦେଶକୁ ଅସାମ୍ବିଧାନି କହିଥିବା ଜଣେ ସରକାରୀ ଓକିଲ କହିଛନ୍ତି।

ପାକିସ୍ତାନ ସେନାର ଜଣେ ପୂର୍ବତନ ଅଧ୍ୟକ୍ଷ ଏଭଳି ଫାଶୀ ଦଣ୍ଡରେ ଦଣ୍ଡିତ ହେବା ଇସଲାମାବାଦ ଇତିହାସରେ ପ୍ରଥମ ଘଟଣା ଥିଲା। ଦଣ୍ଡାଦେଶ ପରେ ଦୁବାଇରେ ଆତ୍ମଗୋପନ କରିଥିବା ମୁଶାରଫ ଏହାକୁ ଆକ୍ରୋଶ ମୂଳକ କହିଥିବା ବେଳେ ସେନା ରାୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲା।

ସରକାରଙ୍କ ପକ୍ଷରୁ ଲାହୋର ହାଇକୋର୍ଟରେ ପକ୍ଷ ରଖୁଥିବା ଓକିଲ ଇସ୍ତିଆକ ଏ ଖାନ କହିଛନ୍ତି, “ସ୍ୱତନ୍ତ୍ର ଅଦାଲତ ଦେଇଥିବା ରାୟ ସମ୍ବିଧାନ ବିରୋଧୀ ଥିଲା। ବର୍ତ୍ତମାନ ଲାହୋର ହାଇକୋର୍ଟ ଏହାକୁ ଅବୈଧ ଘୋଷଣା କରିଛନ୍ତି। କୋର୍ଟଙ୍କ ରାୟ ପରେ ମୁଶାରଫଙ୍କ ବିରୋଧରେ ଆଉ କୌଣସି ଦଣ୍ଡାଦେଶ ହୋଇନାହିଁ। ସେ ଏବେ ମୁକ୍ତ।”

ମୁଶାରଫଙ୍କ ଓକିଲ ମଧ୍ୟ କୋର୍ଟ ବାହାରେ କହିଛନ୍ତି ଯେ ପୂର୍ବରୁ ମିଳିଥିବା ସମସ୍ତ ଦଣ୍ଡାଦେଶକୁ କୋର୍ଟ ଆଜି ଅବୈଧ କରିଦେଇଛନ୍ତି। ଏବେ ମୁଶାରଫଙ୍କ ବିରୋଧରେ ସରକାରୀ ଓକିଲ ଚାହିଁଲେ ଫେଡରାଲ କ୍ୟାବିନେଟଙ୍କ ଅନୁମତି ନେଇ ନୂଆ ମାମଲା କରିପାରିବେ।



from Odisha Reporter https://ift.tt/2uOO4dL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages