ମୁହଁର ସୌନ୍ଦର୍ଯ୍ୟ ପାଇଁ ଲଗାନ୍ତୁ ପିଜୁଳି ଫେସ୍‌ ପ୍ୟାକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 16, 2020

ମୁହଁର ସୌନ୍ଦର୍ଯ୍ୟ ପାଇଁ ଲଗାନ୍ତୁ ପିଜୁଳି ଫେସ୍‌ ପ୍ୟାକ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିଜୁଳି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥା’ନ୍ତି। ଏଥିରେ ଥିବା ପୋଷକତତ୍ତ୍ୱ ଶରୀର ପାଇଁ ବେଶ୍ ଉପକାରୀ ହୋଇଥାଏ। ତେବେ ଏହା ତ୍ୱଚାର ସୌନ୍ଦର୍ଯ୍ୟ ମଧ୍ୟ ବଢ଼ାଇଥାଏ। ତେଣୁ ଆପଣ ଚାହିଁଲେ ପିଜୁଳି ଖାଇବା ସହିତ ଏହାର ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାଇପାରିବେ। ଏହାଦ୍ୱାରା ଆପଣଙ୍କ ସ୍କିନ୍‌ ଗ୍ଲୋ କରିବ।

ଏମିତି ପ୍ରସ୍ତୁତ କରନ୍ତୁ ପିଜୁଳି ଫେସ୍‌ ପ୍ୟାକ୍‌

୧. ଗୋଟିଏ ଛୋଟ ସାଇଜ୍‌ର ପିଜୁଳି ଆଣି ଏହାକୁ କାଟି ଛୋଟ ଛୋଟ କରନ୍ତୁ। ପରେ ଏହାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଗ୍ରାଇଣ୍ଡିଂ ହୋଇଥିବା ପିଜୁଳିରେ ଏକ ଚାମଚ ମହୁ ଓ ଅଧା ଚାମଚ ଲେମ୍ୱୁ ରସ ଭଲ ଭାବେ ମିଶାନ୍ତୁ। ଏହି ପ୍ୟାକ୍‌କୁ ମୁହଁରେ ଲଗାଇ ମାଲିସ କରନ୍ତୁ ଏବଂ କିଛି ସମୟ ଏହାକୁ ସେମିତି ମୁହଁରେ ଛାଡ଼ି ଦିଅନ୍ତୁ। ପରେ ନଖ ଉଷୁମ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ।

୨. ସେହିପରି ଶୁଷ୍କ ତ୍ୱଚା ପାଇଁ ପିଜୁଳିକୁ ଗ୍ରାଇଣ୍ଡିଂ କରି ସେଥିରେ ଅଧା ଚାମଚ ଓଟ୍‌ସ, ଗୋଟିଏ ଅଣ୍ଡା କେଶର, ଗୋଟିଏ ଚାମଚ ମହୁ ଓ ଦୁଇ ବୁନ୍ଦା ଗ୍ଲିସେରିନ୍‌ ପକାଇ ଭଲ ଭାବେ ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ। ସପ୍ତାହକୁ ଏପରି ଦୁଇଥର ଲଗାନ୍ତୁ। ଏପରି କଲେ ତ୍ୱଚାର ଶୁଷ୍କପଣ ଦୂର ହେବ।

୩. ପିଜୁଳି ମୁହଁର ବ୍ରଣ ସମସ୍ୟା ଦୂର କରିଥାଏ। ଏଥିପାଇଁ ପିଜୁଳିକୁ ଗ୍ରାଇଣ୍ଡିଂ କରି ସେଥିରେ ଅଧା ଚାମଚ ଲେମ୍ୱୁ ରସ ଓ ଅଳ୍ପ ହଳଦୀ ମିଶାଇ ମୁହଁରେ ଲଗାନ୍ତୁ। ଏହି ପ୍ୟାକ୍‌କୁ ଆପଣ ସପ୍ତାହକୁ ତିନିଥର ଲଗାଇ ପାରିବେ।

 



from Odisha Reporter https://ift.tt/30taaOs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages