ସାଙ୍ଗ ବାହାଘରକୁ ଆସିଥିଲେ; ବ୍ୟାରେଜକୁ ଖସିପଡ଼ିଲା କାର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 30, 2020

ସାଙ୍ଗ ବାହାଘରକୁ ଆସିଥିଲେ; ବ୍ୟାରେଜକୁ ଖସିପଡ଼ିଲା କାର୍

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଆନ୍ଧ୍ର ପ୍ରଦେଶର ଗୋଟା ବ୍ୟାରେଜକୁ ଏକ କାର୍‌ ଖସି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଦ୍ୱୟ ହେଲେ ଆନ୍ଧ୍ର ପ୍ରଦେଶ କାକିନାଡ଼ାର ଏନଭିଏସ. ପବନ(୩୨) ଓ ଖମାମର ବି. ଚନ୍ଦ୍ର(୪୫)। ସେହିପରି ଗୁରୁତରମାନେ ହେଲେ କାକିନାଡ଼ାର ଏସ୍. ପ୍ରବୀଣ, ବୋବିଲିର ଏସ୍. ମହେଶ୍ୱର ରାଓ ଏବଂ ମଗୋଲତୁରୁର ପି.ଭି. ଗିରିପ୍ରସାଦ।

ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ମୃତାହତ ସମସ୍ତେ ସାଙ୍ଗର ବାହାଘରରେ ଯୋଗ ଦେବା ପାଇଁ ପାରଳାଖେମୁଣ୍ଡି ଆସିଥିଲେ। ହେଲେ ସେମାନେ ରାତିରେ ପାରଳାଖେମୁଣ୍ଡିରୁ  କାକିନାଡ଼ା ଯାଉଥିବା ବେଳେ ଅନ୍ଧାର ଯୋଗୁ ରାସ୍ତା ପାଇପାରି ନଥିଲେ। ପାରଳାଖେମୁଣ୍ଡି ଏବଂ ଶ୍ରୀକାକୁଲମ୍‌  ମଝିରେ ଥିବା ଗୋଟା ବ୍ୟାରେଜକୁ ତାଙ୍କ କାର୍ ଖସି ପଡ଼ିଥିଲା। ଫଳରେ ଆଗ ସିଟ୍‌ରେ ବସିଥିବା ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପଛ ସିଟ୍‌ରେ ବସିଥିବା ତିନି ଜଣ କୌଶଳ କ୍ରମେ କାର୍‌ରୁ ବାହାରି ପହିଁରି ପହିଁରି ପଳାଇ ଆସିଥିଲେ।  ଖବର ପାଇ ହିରମଣ୍ଡଳ ଥାନା ପୁଲିସ୍‌ ପହଞ୍ଚି  ଦୁର୍ଘଟଣାଗ୍ରସ୍ତ କାର୍‌ ଓ ମୃତଦେହକୁ  ଉଦ୍ଧାର କରିଛନ୍ତି। ଏଥିସହ ଆହତମାନଙ୍କୁ ଶ୍ରୀକାକୁଲମ୍‌ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।



from Odisha Reporter https://ift.tt/2Og5FSF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages