ବାଗଦାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଇରାକରେ ଆମେରିକା ଏୟାର ଷ୍ଟ୍ରାଇକ କରିଛି। ଗତକାଲି ବିଳମ୍ୱିତ ରାତିରେ ଆମେରିକା ସେନା ଅତର୍କିତ ଭାବରେ ଇରାକରେ ଏହି ଏୟାର ଷ୍ଟ୍ରାଇକ କରିଛି। ଏଥିରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ମେଜର ଜେନେରାଲ କସିମ ସୁଲେମାନୀଙ୍କର ମୃତ୍ୟୁ ହୋଇଛି। ଏ ନେଇ ଟ୍ରମ୍ପ ଆମେରିକାର ଜାତୀୟ ପତାକାକୁ ଟୁଇଟ୍ କରି ଏଭଳି ଇଙ୍ଗୀତ ଦେଇଛନ୍ତି।
— Donald J. Trump (@realDonaldTrump) January 3, 2020
ସୁଲେମାନ ଇରାକର ବାଗଦାଦ ବିମାନ ବନ୍ଦର ନିକଟକୁ ନିଜର ପ୍ରଟୋକଲ ସହିତ ଯାଉଥିବାବେଳେ ଆମେରିକା ହଠାତ୍ ଏୟାର ଷ୍ଟ୍ରାଇକ୍ କରିଥିଲା। ଏଥିରେ ସୁଲେମାନଙ୍କ ସମେତ ମୋଟ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ ଇରାନର ସରକାରୀ ଟିଭି ଚ୍ୟାନେଲ ସ୍ପଷ୍ଟ କରିଛି। ମୃତକଙ୍କ ମଧ୍ୟରେ ଇରାନର ପପୁଲାର ମୋବଲାଇଜେଶନ ଫୋର୍ସର ଡେପୁଟି କମାଣ୍ଡର ଅବୁ ମେହଦି ଅଲ ମୁହାଁନ୍ଦିସର ମଧ୍ୟ ମୃତ୍ୟୁ ଘଟିଛି। ନିକଟରେ ବାଗଦାଦରେ ଥିବା ଆମେରିକାର ଦୂତବାସ ଉପରକୁ ଇରାନ ମିଲିଶିଆ ସମର୍ଥନରେ ଆକ୍ରମଣ କରିଥିଲା। ତେଣୁ ଆମେରିକା ଏଭଳି ଆକ୍ରମଣ କରିଛି ବୋଲି ଆଲୋଚନା ହେଉଛି।
ସୁଲେମାନୀ ପଶ୍ଚିମ ଏସିଆର ଇରାନର ସମସ୍ତ ଗତିବିଧି ଉପରେ ନଜର ରଖୁଥିଲା। ପଶ୍ଚିମ ଏସିଆରେ ଇରାନର ସମସ୍ତ ପଦକ୍ଷେପ ବାବଦରେ ସୁଲେମାନୀ ହିଁ ରଣନୀତି ପ୍ରସ୍ତୁତ କରୁଥିୁଲା। ସୁଲେମାନୀ ସିରିଆ ଏବଂ ଇସ୍ରାଏଲରେ ରକେଟ ସାହାଯ୍ୟରେ ଆକ୍ରମଣ କରିଥିବାର ଅଭିଯୋଗ ରହିଛି। ଦୀର୍ଘଦିନ ହେବ ଆମେରିକା ସୁଲେମାନୀକୁ ଖୋଜୁଥିଲା। ଆମେରିକାର ଏଭଳି ପଦକ୍ଷେପ ଆଗାମୀ ଦିନରେ ପଶ୍ଚିମ ଏସିଆରେ ସ୍ଥିତି ଜଟିଳ କରିପାରେ।
from Odisha Reporter https://ift.tt/2FcB8jA
No comments:
Post a Comment