ନୂଆଦିଲ୍ଲୀ: ଜେଏନୟୁରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ ବେଳେ ପୁଲିସ୍ କ୍ୟାମ୍ପସ ମଧ୍ୟରେ ରହିଥିଲା। ଏପରି କି ଆକ୍ରମଣର ଶିକାର ହେଉଥିବା ଛାତ୍ରଛତ୍ରୀମାନେ ପୁଲିସ୍କୁ ଏସ୍ଓଏସ୍ ବା ଜରୁରୀ କାଳୀନ ସହାୟତା ପାଇଁ ମେସେଜ କରିଥିଲେ।
ତଥାପି ପୁଲିସ୍ ଦୁର୍ବୃତ୍ତଙ୍କୁ ଅଟକାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲା କିମ୍ବା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ କୌଣସି ସୂଚନା ମଧ୍ୟ ଦେଇ ନଥିଲେ। ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିବା ପରେ ପୁଲିସ୍ ପକ୍ଷରୁ ଦୋଷ ଲୁଚାଇବାକୁ ପ୍ରୟାସ ଆରମ୍ଭ ହୋଇଛି।
ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି ଯେ ଜେଏନୟୁର ପ୍ରଶାସନିକ ବ୍ଲକ ଠାରେ ୫ ଜଣ ପୁଲିସ୍ କର୍ମଚାରୀ ଉପସ୍ଥିତ ଥିଲେ। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନିକ ବ୍ଲକ ନିକଟରୁ ୧୦୦ ମିଟିର ମଧ୍ୟରେ ଯେମିତି କୌଣସି ଆନ୍ଦୋଳନ ନ ହେବ, ତା’ର ତଦାରଖ କରିବାକୁ ଏମାନେ ମୁତୟନ ହୋଇଛନ୍ତି। କିନ୍ତୁ ହିଂସାକାଣ୍ଡରେ ହସ୍ତକ୍ଷେପ କରିବା କିମ୍ବା ରିଏନଫୋର୍ସମେଣ୍ଟ ଡାକିବାର କ୍ଷମତା ସେମାନଙ୍କର ନାହିଁ।
ଅପରାହ୍ଣ ୪ଟାରେ ପେରିୟାର ହଷ୍ଟେଲ ଓ ସନ୍ଧ୍ୟା ୬ଟାରେ ସାବରମତି ହଷ୍ଟେଲ ଟି ପଏଣ୍ଟରେ ମୁଖାପିନ୍ଧା ଦୁର୍ବୃତ୍ତ ହିଂସାକାଣ୍ଡ ଘଟାଇଥିଲେ। ଏଥିରେ ହସ୍ତକ୍ଷେପ କରିବାର ଅଧିକାର ନଥିବାରୁ ପୁଲିସ୍ କୌଣସି ପଦକ୍ଷେପ ନେଇ ନଥିଲା। ତେବେ ସନ୍ଧ୍ୟା ୭.୪୫ରେ ଜେଏନୟୁ କର୍ତ୍ତୃପକ୍ଷ କ୍ୟାମ୍ପସରେ ପ୍ରବେଶ କରିବାକୁ ଅନୁମତି ଦେବା ପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବୋଲି ଦିଲ୍ଲୀ ପୁଲିସ କହିଛି।
ଆକ୍ରମଣ ପୂର୍ବରୁ ଜେଏନୟଏସୟୁର ସଭାପତି ଆଈଶି ଘୋଷ ଦିଲ୍ଲୀ ପୁଲିସ୍ ଅଫିସରଙ୍କୁ ସହାୟତା ପାଇଁ ଜରୁରୀ କାଳୀନ ମେସେଜ କରିଥିଲେ। ସେ କହିଥିଲେ, “ସାର ପ୍ରଶାସନିକ ବ୍ଲକ ନିକଟରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ହାତରେ ଲାଠି ଓ ଲୁହା ରଡ ଧରି ଏକତ୍ରୀତ ହୋଇଛନ୍ତି।
ଏଥିସହ ଷ୍ଟାଚ୍ୟୁ ନିକଟରେ ଶିକ୍ଷାର୍ଥୀଙ୍କୁ ମାଡ଼ ମଧ୍ୟ ମାରୁଛନ୍ତି। ତେଣୁ ଆପଣ ତୁରନ୍ତ ଆତଙ୍କରାଜ ସୃଷ୍ଟି କରୁଥିବା ପିଲାମାନଙ୍କୁ ଏଠାରୁ ବିଦା କରନ୍ତୁ ଓ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।” ଅପରାହ୍ଣ ୩.୦୭ରେ ପୁଲିସ୍ ଅଧିକାରୀ ଜଣଙ୍କ ପଢ଼ିଥିଲେ। ହେଲେ ଦିଲ୍ଲୀ ପୁଲିସ ୭.୪୫ ଯାଏ ଏହା ଉପରେ କୌଣସି ପଦକ୍ଷେପ ନେଇ ନଥିଲା।
from Odisha Reporter https://ift.tt/39UTS5a
No comments:
Post a Comment