ମୁମ୍ବାଇ: ୨୦୧୯ରେ ରିଲିଜ୍ ହୋଇଥିବା ବ୍ଲକ୍ବଷ୍ଟର ଫିଲ୍ମ ‘ମିଶନ୍ ମଙ୍ଗଲ୍’ର ନିର୍ଦ୍ଦେଶକ ଜଗନ୍ ଶକ୍ତି ଅସୁସ୍ଥ ଅଛନ୍ତି। ବନ୍ଧୁମାନଙ୍କ ସହ କଥାବର୍ତ୍ତା କରୁଥିବା ସମୟରେ ସେ ହଠାତ୍ ଅଚେତ ହୋଇ ପଡ଼ିବାରୁ ତାଙ୍କୁ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଯିବା କାରଣରୁ ସେ ଚେତା ହରାଇଥିଲେ।
ସୂଚନା ଅନୁଯାୟୀ, ତାଙ୍କ ଅବସ୍ଥା ଏବେ ଗମ୍ଭୀର ଅଛି। ତେଣୁ ତାଙ୍କୁ ଡାକ୍ତରଙ୍କ ନିରୀକ୍ଷଣରେ ରଖାଯାଇଛି। ତାଙ୍କ ପରିବାର ଲୋକେ ଖବର ପାଇ ଡାକ୍ତରଖାନାରେ ପହଞ୍ଚିଯାଇଛନ୍ତି।
ଜଗନ୍ ‘ମିଶନ୍ ମଙ୍ଗଲ’ରେ ହିଁ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥିଲେ। ଏହା ପୂର୍ବରୁ ସେ ଜଣାଶୁଣା ନିର୍ଦ୍ଦେଶକ ଆର୍ ବାଲ୍କିଙ୍କ ସହ ଫିଲ୍ମ ‘ଚିନି କମ୍’ରେ ସହ-ନିର୍ଦ୍ଦେଶକ ଭାବେ କାମ କରିଥିଲେ। ‘ମିଶନ୍ ମଙ୍ଗଲ’ ପରେ ସେ ଏବେ ଅକ୍ଷୟଙ୍କ ସହ ଆଉ ଏକ ଫିଲ୍ମ କରିବା ପାଇଁ ଯୋଜନା କରୁଛନ୍ତି। ଏହି ଫିଲ୍ମଟି ହେଉଛି ତମିଲ୍ ଫିଲ୍ମ ‘କତ୍ତି’ର ହିନ୍ଦୀ ରିମେକ୍। ତେବେ ହିନ୍ଦୀରେ ଏହାର ନାଁ ‘ଇକ୍କା’ ରହିବ।
from Odisha Reporter https://ift.tt/2RpVP2u
No comments:
Post a Comment