ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଦେଖି ତାଜୁବ ହେଲେ ମମତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 26, 2020

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଦେଖି ତାଜୁବ ହେଲେ ମମତା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନସ ଦଳର ଅଧ୍ୟକ୍ଷ ଉମର ଅବଦୁଲ୍ଲାଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ଅଗଷ୍ଟ ଆରମ୍ଭରୁ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ଗୋଟିଏ ଦିନ ପୂର୍ବରୁ ସେ ଗୃହବନ୍ଦୀ ହୋଇ ରହିଛନ୍ତି। ଛଅ ମାସ ପରେ ଉମର ଅବଦୁଲ୍ଲାଙ୍କ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ସେ ନୀଳ ରଙ୍ଗର ଜାକେଟ ପିନ୍ଧିଥିବା ବେଳେ ତାଙ୍କର ଦାଢ଼ି ହୋଇଯାଇଥିବା ଦେଖିବାକୁ ମିଳିଛି। ଅବଦୁଲ୍ଲାଙ୍କୁ ଚିହ୍ନିଥିବା ଲୋକ ହଠାତ୍ ଚିହ୍ନିପାରିବେ ନାହିଁ। ଆଉ ତାଙ୍କୁ ଜାଣିଥିବା ଲୋକେ ଏହି ଫଟୋ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିବା ସ୍ୱାଭାବିକ କଥା।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତଥା ତୃଣମୂଳ କଂଗ୍ରେସର ସଭାପତି ଉମର ଅବଦୁଲ୍ଲାଙ୍କ ଏହି ଫୋଟକୁ ଟୁଇଟ୍ କରି କହିଛନ୍ତି, ‘ଏହି ଫଟୋ ଦେଖି ଉମରଙ୍କୁ ଚିହ୍ନିପାରିନଥିଲି। ମୋତେ ଦୁଃଖ ଲାଗୁଛି। ଗଣତନ୍ତ୍ରର ଦେଶରେ ଏଭଳି ଫଟୋ ଦେଖିବା ଦୁଃର୍ଭାଗ୍ୟ’।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସରକାର ଆଇନ ଶୃଙ୍ଖଳା ବିଗିଡିପାରେ ଆଶଙ୍କା କରି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ଉମର ଅବଦୁଲ୍ଲାଙ୍କ ସମେତ ଅନେକ ନେତାଙ୍କୁ ଗୃହବନ୍ଦୀ ଓ ପରେ ଗିରଫ କରି ରଖିଛନ୍ତି। ଏବେ ଅନେକ ନେତାଙ୍କୁ ସରକାର ମୁକ୍ତ କରିଥିବା ବେଳେ ଜମ୍ମୁ କଶ୍ମୀରର ଦୁଇ ପ୍ରମୁଥ ନେତା ମୁଫତି ଏବଂ ଅବଦୁଲ୍ଲାଙ୍କୁ ଅଟକ ରଖିଥିବା ସୂଚନା ରହିଛି।



from Odisha Reporter https://ift.tt/2uusFGz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages