ଜୀବନରେ ପ୍ରଥମ ଥର ଏସବୁ କାମ କଲେ ଶିବାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 26, 2020

ଜୀବନରେ ପ୍ରଥମ ଥର ଏସବୁ କାମ କଲେ ଶିବାନୀ

ଭୁବନେଶ୍ୱର(ଓଡ଼ିଶା  ରିପୋର୍ଟର): ବାସ୍ତବ ଜୀବନରେ ଜଣେ କଳାକାର ଯାହା ସବୁ କରିପାରନ୍ତିନି କିମ୍ବା କରିବାକୁ ଚାହାଁନ୍ତି ନାହିଁ, ସେ ସବୁ ଫିଲ୍ମରେ କରିବାକୁ ହୋଇଥାଏ। ଆଉ ଏହାର ଅନେକ ନଜିର ବି ରହିଛି। ବେଳେବେଳେ ଏସବୁ କାମରୁ ସେମାନେ ଆନନ୍ଦ ପା’ନ୍ତି। ସେମିତି କିଛି ଘଟିଛି ଓଲିଉଡ୍‌ର ଚୁଲ୍‌ବୁଲି ନାୟିକା ଶିବାନୀଙ୍କ ସହିତ।

ଚଳିତ ମାସ ୧୨ ତାରିଖରେ ରିଲିଜ୍‌ ହୋଇଥିଲା ଶିବାନୀଙ୍କ ଫିଲ୍ମ ‘ବାବୁ ଭାଇଜାନ୍‌’। ଆଉ ଏଥିରେ ସେ ବହୁତ କାମ ପ୍ରଥମ ଥର କରିଛନ୍ତି। ଏହି ଫିଲ୍ମର ଏକ ସିନ୍‌ରେ ସେ କଲାର୍‌ ଧରି ପକାଇଛନ୍ତି। ସେହିଭଳି ଚାଉଳ ଅଛାରିଛନ୍ତି ଓ ସିଲେଇ କରିଛନ୍ତି। ଏଥିସହ ଏକ ବସ୍ତିରେ ଗହଳି ମଧ୍ୟରେ ଶୁଟିଂ ମଧ୍ୟ କରିଛନ୍ତି। ଶିବାନୀଙ୍କ କହିବା ଅନୁଯାୟୀ, ଏସବୁ କରି ସେ ଖୁସି ଅଛନ୍ତି। ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ରେଡ଼ିଓ ଟାଇମ୍‌ ୱିଥ୍‌ ଅନନ୍ୟା’ରେ ଯୋଗଦେଇ ସେ ଏକଥା କହିଛନ୍ତି।

ଶିବାନୀ କହିଥିଲେ, “ମୁଁ ଘରେ ଯେଉଁ ସବୁ କାମ କରୁ ନଥିଲି ଏବେ ଫିଲ୍ମ ପାଇଁ ସେ ସବୁ କାମ କରୁଛି। ତେଣୁ ମୋ ଘର ଲୋକ ଏକଦମ୍‌ ଖୁସି ଅଛନ୍ତି। ଏହି ଫିଲ୍ମ ଦ୍ୱାରା ମୁଁ କେବଳ କିଛି ନୂଆ ଶିଖିନି, ନୂଆ ଅନୁଭୂତି ମଧ୍ୟ ସାଉଁଟିଛି।”

ସେ ଆହୁରି କହିଥିଲେ, “ଫିଲ୍ମର ଶୁଟିଂ ଦିଲ୍ଲୀରେ ହୋଇଥିଲା। ସେଠାକାର ଲୋକମାନେ ମୋତେ ଜାଣି ନଥିଲେ।  କିନ୍ତୁ ମୋତେ ଜଣେ କାଳାକାର ବୋଲି ବହୁତ ସମ୍ମାନ ଦେଉଥିଲେ। ପିଲାମାନେ ଆସି ସେଲ୍‌ଫି ଉଠାଉଥିଲେ ଏବଂ ଅଟୋଗ୍ରାଫ ନେଉଥିଲେ। ମୁଁ ଟିକେ ଥକି ଗଲେ ଲୋକମାନେ ମୋତେ ସେମାନଙ୍କ ଘରକୁ ଡାକି ନେଇ ବସାଉଥିଲେ ଏବଂ କଫି ପିଇବାକୁ ଦେଉଥିଲେ। ଜଣେ ଯେତେବେଳେ ତୁମ ପରିଚୟ ନପାଇ ତୁମକୁ ଭଲ ପାଇବା ଦେଇଥାଏ, ସେତେବେଳେ ପ୍ରକୃତରେ ଖୁସି ଲାଗେ।”

ସୂଚନାଯୋଗ୍ୟ, ଏ ପର୍ଯ୍ୟନ୍ତ ଶିବାନୀ ୩ଟି ଫିଲ୍ମରେ ଅଭିନୟ କରିଛନ୍ତି। ସେଗୁଡ଼ିକ ହେଉଛି ‘ଶ୍ରୀଷ୍ଟର ଶ୍ରୀଦେବି’, ‘ପ୍ରେମ କୁମାର’ ଏବଂ ‘ବାବୁ ଭାଇଜାନ୍‌’। ଏସବୁ ଫିଲ୍ମରେ ସେ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି।

 



from Odisha Reporter https://ift.tt/38QL53d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages