ଥାନାକୁ ଧସେଇ ପଶିଲେ ଯୁବକ, ପୁଲିସ୍‌କୁ ପିଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 26, 2020

ଥାନାକୁ ଧସେଇ ପଶିଲେ ଯୁବକ, ପୁଲିସ୍‌କୁ ପିଟିଲେ

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ଗତକାଲି ସାଧାରଣତନ୍ତ୍ର ଦିବସ ପତକା ଉତ୍ତୋଳନ ବେଳେ ଆରମ୍ଭ ହୋଇଥିବା ବିବାଦ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଏହାକୁ ନେଇ  ବଲାଙ୍ଗିର କଣ୍ଟାବାଞ୍ଜି ଥାନା ଅଧୀନ ସିପକପଡ଼ା ଗାଁର ୨ ଗୋଷ୍ଠି ମୁହାଁମୁହିଁ ହୋଇଛନ୍ତି। କଥା ଥାନାରେ ପହଞ୍ଚିଥିଲେ ମଧ୍ୟ ସେଠାରେ  ଚାପା ଉତ୍ତେଜନା ସୃଷ୍ଟି ହୋଇଛି।  ଥାନାକୁ ଧସେଇ ପଶି ଗୋଟିଏ ଗୋଷ୍ଠିର ଯୁବକମାନେ ପୁଲିସ୍‌କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ଫଳରେ କୌଣସି ଅଘଟଣ ଆଶଙ୍କାରେ ଥାନା ପରିସରରେ ଫୋର୍ସ ସଂଖ୍ୟାକୁ ବଢ଼ାଇଛି ପୁଲିସ୍‌।

ସୂଚନା ମୁତାବକ ଗତ କାଲି  କଣ୍ଟାବାଞ୍ଜି  ସିପକା ପଡ଼ାର ମନୋରଞ୍ଜନ ଓ ତାଙ୍କ ଭଉଣୀ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଦେଖିବା ନିମନ୍ତେ କଣ୍ଟାବାଞ୍ଜି ରେଲୱେ ଗ୍ରାଉଣ୍ଡକୁ  ଯାଇଥିଲେ । ଏହି ସମୟରେ  ମନୋରଞ୍ଜନଙ୍କର  କିଛି ଯୁବକଙ୍କର ସହ କଥା  କଟlକଟି ହେବାରୁ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ।  ମନୋରଞ୍ଜନ  ଘଟଣା ସମ୍ପର୍କରେ ଅଭିଯୋଗ କରିବାକୁ  କଣ୍ଟାବାଞ୍ଜି ଥାନାକୁ ଯାଇଥିଲେ। ସେଠାରେ ତାଙ୍କ ଭାଇ ବିଟୁ ପହଞ୍ଚିଥିଲେ।

ଖବର ପାଇ  ବିପରୀତ ଗୋଷ୍ଠିର ଯୁବକମାନେ ଥାନା ଭିତରକୁ ଧସେଇ ପଶି ବିଟୁଙ୍କୁ  ମାଡ ମାରିଥିଲେ । ଗଣ୍ଡଗୋଲ ଦେଖି ଥାନା Si ପ୍ରଣୟ ମୁର୍ମୁ  ଏହାର ମିମାଂସା କରିବାକୁ ଚେଷ୍ଟା କରୁଥିବା ତାଙ୍କୁ ମଧ୍ୟ ଯୁବକମାନେ ମାରପିଟ କରିଥିଲେ।  ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି।

 

 



from Odisha Reporter https://ift.tt/2O0V8KG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages