‘ଆଧାର କାର୍ଡ ଦେଖିଲେ କେହି ଆମକୁ ଘର ଭଡ଼ା ଦେଉ ନାହାନ୍ତି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 26, 2020

‘ଆଧାର କାର୍ଡ ଦେଖିଲେ କେହି ଆମକୁ ଘର ଭଡ଼ା ଦେଉ ନାହାନ୍ତି’

କଟକ (ଓଡ଼ିଶା ରିପୋର୍ଟର): “କଟକ ବଡ ମେଡିକାଲ ଆହୁରି ବଡ ହେଉ, ଅଧିକ ରୋଗୀ ଆସନ୍ତୁ। ଆମେ ହିଁ ଆସି ଏଠାରେ କାମ କରିବୁ। ହେଲେ ସରକାର ଆମକୁ ପ୍ରଥମେ ଥଇଥାନ କରି  ପରେ ଉଚ୍ଛେଦ କରନ୍ତୁ। ଆମେ ହାଡ଼ି ହୋଇଥିବାରୁ ଆଧାର କାର୍ଡ ଦେଖିଲେ ଆମକୁ କେହି ଘର ଭଡ଼ା ଦେବାକୁ ରାଜି ହେଉ ନାହାନ୍ତି। ତେଣୁ ଆମେ ଛୁଆପିଲା ଧରି କୁଆଡେ ଯିବୁ।”’  କ୍ଷୋଭଭରା  କଣ୍ଠରେ ଏପରି କହିଛନ୍ତି ଏସିସିବି ସମ୍ପ୍ରସାରଣ ନିମନ୍ତେ ଉଚ୍ଛେଦ ହେବାକୁ ଥିବା ମେଡିକାଲ ସୁଇପର କଲୋନୀ ବସ୍ତିବାସିନ୍ଦା।

କଟକ ଏସିସିବିର ପୁନଃର୍ବିନ୍ୟାସ ଓ ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପୂର୍ବରୁ ଆଜିଠାରୁ ଲୋକଙ୍କୁ ସଚେତନ କରାଯିବ। ଏଥିସହ ସରକାରୀ ଆର୍ଥିକ ରାଶି ଓ ସହାୟତା ବାବଦରେ ପ୍ରଥମେ ଲୋକଙ୍କୁ ଅବଗତ କରାଯିବ ।ଏହାପରେ ଲୋକଙ୍କୁ ସ୍ୱତଃପ୍ରେତ ଭାବେ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯିବ।  କିନ୍ତୁ ଥଇଥାନ ନକରି ଉଚ୍ଛେଦ କରାଗଲେ ଆମେ ହଟିବୁ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି ବସ୍ତିବାସିନ୍ଦା।  ଆଗକୁ ମାଟ୍ରିକ ପରୀକ୍ଷା ଥିବାବେଳେ ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସେମାନେ କହିଛନ୍ତି  ।

ଏହି ବସ୍ତିବାସିନ୍ଦାଙ୍କୁ ଥଇଥାନ ନିମନ୍ତେ ଜଗତପୁର ନିମପୁର ନିକଟରେ ଏକ ଜାଗା ଚିହ୍ନଟ କରାଯାଇଥିବା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି । ଗତକାଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବି ପ୍ରକଳ୍ପ ହେବାକୁ ଥିବା ସ୍ଥାନ ତଥା ହାଡିଆପଠା ବୁଲି ସ୍ଥିତି ପରଖିଛନ୍ତି  ।

ପେଟ ପୋଷିବା ନିମନ୍ତେ ପିଢ଼ି ପିଢ଼ି ଧରି ସେମାନେ ମେଡିକାଲ ଉପରେ ନିର୍ଭର କରୁଥିବା ବେଳେ ଏଠାରୁ ହଟାଇଦେଲେ ଆମେ ରାତି ପାହିଲେ କିପରି ମେଡିକାଲରେ ଆସି ପହଞ୍ଚିବୁ ବୋଲି ପ୍ରଶ୍ନ କରିଛନ୍ତି।  ସେଥିପ୍ରତି ସରକାର ଧ୍ୟାନ ଦେବାକୁ ଦାବି କରିଛନ୍ତି।



from Odisha Reporter https://ift.tt/2RvZITz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages