ଏହି ୩ଟି ଜିଲ୍ଲାରେ ଆଜି ପ୍ରବଳ ବର୍ଷିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 1, 2020

ଏହି ୩ଟି ଜିଲ୍ଲାରେ ଆଜି ପ୍ରବଳ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଏବେ ଅସହ୍ୟ ଶୀତ ପରେ ବର୍ଷାକୁ ନେଇ ଚିନ୍ତା। ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି କେନ୍ଦୁଝର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ସ୍ଥାନରେ ଘଡ଼ଘଡ଼ି ମଧ୍ୟ ମାରିପାରେ।

ସେହିପରି ଦେବଗଡ,ସୋନପୁର,ଭଦ୍ରକ,ବୌଦ୍ଧ,ଅନୁଗୁଳ,ସୁନ୍ଦରଗଡ଼,ଝାରସୁଗୁଡା ଜିଲ୍ଲାରେ ଆଜି ବର୍ଷା ସହ ଘଡ଼ଘଡ଼ି ମଧ୍ୟ ମାରିପାରେ। ଆସନ୍ତା ୨ ଦିନ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି।

ଗତ ୨୪ ଘଣ୍ଟାରେ କୋରାପୁଟରେ ୩.୨ ମି.ମି., ପାରାଦୀପରେ ୧.୯ ମି.ମି., ପୁରୀରେ ୧.୫ ମି.ମି. , ଚାନ୍ଦବାଲିରେ ୪.୮ ମି.ମି. ଓ ଗାପଳପୁରରେ ୦.୬ ମିମି ବର୍ଷା ରେକର୍ଡ କରାଯାଇଛି। ବର୍ଷା ଛାଡ଼ିଗଲା ପରେ ପୁଣି ୫ ତାରିଖରୁ ଶୀତର ପ୍ରକୋପ ଦେଖିବାକୁ ମିଳିବ।



from Odisha Reporter https://ift.tt/2SJJJST

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages