୪୮ ଘଣ୍ଟାରେ ଗଲା ଆଉ ୯ ଶିଶୁଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ଛୁଇଁଲା ୧୦୦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 1, 2020

୪୮ ଘଣ୍ଟାରେ ଗଲା ଆଉ ୯ ଶିଶୁଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ଛୁଇଁଲା ୧୦୦

କୋଟା: ରାଜସ୍ଥାନ କୋଟା ସ୍ଥିତ ଜେ.କେ ଲୋନ ହସ୍ପିଟାଲରେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ୪୮ ଘଣ୍ଟା ମଧ୍ୟରେ ଆଉ ୯ ଶିଶୁଙ୍କର ମୃତ୍ୟୁ ଘଟିଛି। ଏବେ ମୋଟ୍ ମୃତ୍ୟ ସଂଖ୍ୟା ୧୦୦ରେ ପହଞ୍ଚିଛି। ଏହାକୁ ନେଇ ରାଜସ୍ଥାନର କଂଗ୍ରେସ ସରକାର ଏବେ କାଠଗଡ଼ାରେ ଛିଡ଼ା ହୋଇଛି। ବିରୋଧୀ ବିଜେପି କଂଗ୍ରେସକୁ କଡ଼ା ସମାଲୋଚନା କରିଛି। କଂଗ୍ରେସ ବିଜେପିର ଅନେକ ପ୍ରସଙ୍ଗରେ ମୁହଁ ଖୋଲୁଥିବା ବେଳେ ଏଭଳି ସମ୍ୱେଦନଶୀଳ ମାମଲାରେ କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧି କେବେ ମୁହଁ ଖୋଲିବେ ବୋଲି ବିଜେପି ପ୍ରଶ୍ନ କରିଛି। ଏଥିସହ ମଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ରଘୁ ଶର୍ମାଙ୍କର ଇସ୍ତଫା ମାଗିଛି ବିରୋଧୀ।

ଅନ୍ୟପଟେ ବିଜେପି ଉପରେ ଓଲଟା ବର୍ଷି ନିଜ ସରକାର ବେଳେ ଏହି ହସ୍ପିଟାଲରେ ହୋଇଥିବା ମୃତ୍ୟୁ ସଂଖ୍ୟା ବାବଦରେ ଆଇନା ଦେଖାଇଛନ୍ତି ରଘୁ ଶର୍ମା। ୨୦୧୪ରେ ଏହି ହସ୍ପିଟାଲରେ ୧୫,୭୧୯ ଛୁଆ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବାବେଳେ ୧,୧୯୮ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ୨୦୧୫ରେ ୧୭, ୫୬୯ ଛୁଆ ଭର୍ତ୍ତି ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧,୨୬୦ ଥିଲା। ୨୦୧୬ରେ ୧,୧୯୩, ୨୦୧୭ରେ ୧,୦୨୭ ଏବଂ ୨୦୧୮ରେ ୧,୦୦୫ ଏବଂ ୨୦୧୯ରେ ୯୬୩ ଜଣଙ୍କର ମୃତ୍ୟୁ ଘଟିଥିଲା।

ମୃତ୍ୟର କାରଣ ବାବଦରେ ପେଡିଆଟ୍ରିକ୍ସ ଡିପାର୍ଟମେଣ୍ଟର ମୁଖ୍ୟ ଅମୃତ ଲାଲ ଭୈରବ କହିଛନ୍ତି, ୨୫ ଡିସେମ୍ୱର ଯାଏ ୭୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟର ଅନୁଧ୍ୟାନ କରାଯାଉଛି। ୭୭ ମୃତକଙ୍କ ମଧ୍ୟରୁ ୧୪ ନବଜାତଙ୍କର ମୃତ୍ୟୁର ଅନୁଧ୍ୟାନ ହୋଇଛି। ୪ ଜଣ ନିମୋନିଆରେ ମୃତ୍ୟୁ ବରଣ କରିଥିବା ବେଳେ ୪ ଜଣ କଗ୍ନିଜେଣ୍ଟାଲ ନିମୋନିଆ, ୩ ଜଣ ନ୍ୟୁମେଟିକ ସେପ୍ଟିସେମିଆ, ଜଣେ ମେନିନ୍ଜାଇଏନସେଫାଲାଇଟସ ଏବଂ ଜଣଙ୍କର ମୃତ୍ୟୁ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବାରୁ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ,୨୫ ଡିସେମ୍ୱରରୁ ୨୯ ଡିସେମ୍ୱର ମଧ୍ୟରେ ହସ୍ପିଟାଲର ଏନଆଇସିୟୁ ଏବଂ ପିଆଇସିୟୁ ୟୁନିଟରେ ୧୪ ଜଣ ନବଜାତଙ୍କ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ୨୪ ଡିସେମ୍ୱର ଯାଏ ୭୭ ନବଜାତଙ୍କର ମୃତ୍ୟୁ ଘଟିସାରିଥିଲା। ଯେଉଁଥିରେ ୪୮ ଘଣ୍ଟା ମଧ୍ୟରେ ୧୦ ନବଜାତଙ୍କର ମୃତ୍ୟୁ ଘଟିଥିଲା।



from Odisha Reporter https://ift.tt/2SJJHKL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages