୨ ଦିନ ଶୀତ, ତା’ ପରେ ଘନ କୁହୁଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 19, 2020

୨ ଦିନ ଶୀତ, ତା’ ପରେ ଘନ କୁହୁଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୨ ଓ ୨୩ ତାରିଖରେ ରାଜ୍ୟର ୧୫ ଜିଲ୍ଲାରେ ଦେଖାଦେବ ଘନ କୁହୁଡ଼ି। ବିଶେଷ କରି ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଶେଷଜ୍ଞ ଗୌରାଙ୍ଗ ଚରଣ ବେହେରା କହିଛନ୍ତି,“ ଏହି ଦୁଇ ଦିନ ୧୫ଟି ଜିଲ୍ଲାରେ ଘନ କୁହୁଡି ଦେଖାଯିବ। ଏହି ଜିଲ୍ଲାଗୁଡ଼ିକ ହେଲା ଦେଓଗଡ଼, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ ଓ ମାଲକାନଗିରି।”

ଶ୍ରୀ ବେହେରା ଆହୁରି କହିଛନ୍ତି,“ ଆଜି ଓ ଆସନ୍ତାକାଲି ଦୁଇଦିନ ରାଜ୍ୟରେ ଶୀତ ଅନୁଭୂତ ହେବ। ଏହି ସମୟରେ ଉତ୍ତରା ପବନ ବହିବା ଯୋଗୁ ରାଜ୍ୟର ତାପମାତ୍ରା  ସ୍ୱାଭାବିକ ତାପମାତ୍ରାଠାରୁ ୧ରୁ ୩  ଡିଗ୍ରୀ ଖସିବ। ଏହାପରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇ ରାଜ୍ୟରେ ଘନ କୁହୁଡ଼ି ଦେଖାଦେବ। ”

ଗତକାଲି ମାଲକାନଗିରି ସବୁଠୁ ଥଣ୍ଡା ସହର ଥିଲା। ମାଲକାନଗିରିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ଥିବା ବେଳେ ସୁନ୍ଦରଗଡ଼ରେ ୧୨ ଡିଗ୍ରୀ ଓ ଅନୁଗୋଳରେ ୧୩.୬ ଡିଗ୍ରୀ ରେକର୍ଡ କରାଯାଇଛି ବୋଲି ଶ୍ରୀ ବେହେରା କହିଛନ୍ତି।



from Odisha Reporter https://ift.tt/2G8gPnO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages