‘ବିଗ୍‌ ବସ୍‌’ ଛାଡ଼ିବାକୁ ଜିଦ୍ ଧରିଛନ୍ତି ସିଦ୍ଧାର୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 20, 2020

‘ବିଗ୍‌ ବସ୍‌’ ଛାଡ଼ିବାକୁ ଜିଦ୍ ଧରିଛନ୍ତି ସିଦ୍ଧାର୍ଥ

ମୁମ୍ବାଇ: ଗତ କିଛି ଦିନ ଧରି ‘ବିଗ୍‌ ବସ୍‌ ୧୩’ରେ ଲଗାତାର ଏଣ୍ଟରଟେନ୍‌ ଓ ମସ୍ତି କରିଆସୁଥିବା ସିଦ୍ଧାର୍ଥ ପୁଣିଥରେ ନିଜ ପୂରୁଣା ରୂପକୁ ଫେରିଛନ୍ତି। ଫିନାଲେ ଏପିସୋଡ୍‌କୁ ଆଉ କିଛିଦିନ ବାକି ଥିବାବେଳେ ପୁଣିଥରେ ଶୋ’ରେ ଅସୀମ ରିୟାଜଙ୍କ ସହିତ ତାଙ୍କ ଲଢ଼େଇ ଦେଖିବାକୁ ମିଳିଛି। କଥା ଏତେ ବଢ଼ିଯିବ ଯେ ସିଦ୍ଧାର୍ଥ ଶୋ’ ଛାଡ଼ିବାକୁ ଜିଦ୍‌ ଧରିଛନ୍ତି। ଶୋ’ର ଅପ୍‌କମିଂ ଏପିସୋଡ୍‌ରେ ବି ଦେଖିବାକୁ ମିଳିବ ଏହି ହାଇଭୋଲଟେଜ୍‌ ଫାଇଟ୍‌।

‘ବିଗ୍‌ ବସ୍‌’ ଜାରି କରିଥିବା ପ୍ରୋମୋରେ ଦେଖିବାକୁ ମିଳିଛି ଯେ ହିନା ଖାନ୍‌ ପୁଣିଥରେ ଶୋ’ରେ ଏଣ୍ଟ୍ରି କରିଛନ୍ତି। ସେ ‘ବିବି’ ଘରକୁ ଏଲିଟ୍‌ କ୍ଲକ୍ ଟାସ୍କ କରାଇବାକୁ ଆସିବେ। ହେଲେ ଟାସ୍କ ସମୟରେ ହିନାଙ୍କ ଆଗରେ ହିଁ ସିଦ୍ଧାର୍ଥ ଓ ଅସୀମଙ୍କ ମଧ୍ୟରେ ଲଢ଼େଇ ହୋଇଛି। ଦୁହିଁଙ୍କ ଝଗଡ଼ା ଏତେ ଭୟଙ୍କର ହୋଇଯାଇଛି ଯେ ଶେଷରେ ‘ବିଗ୍‌ ବସ୍‌’ ଦୁହିଁଙ୍କୁ କନ୍‌ଫେଶନ୍‌ ରୁମ୍‌କୁ ଡାକି ନେଇଛନ୍ତି। କନ୍‌ଫେଶନ୍‌ ରୁମ୍‌ରେ ସିଦ୍ଧାର୍ଥ ଶୋ’ ଛାଡ଼ିବା ପାଇଁ ଜିଦ୍‌ ଧରିଛନ୍ତି।  ହେଲେ ଏହାପରେ କ’ଣ ହୋଇଛି, ସିଦ୍ଧାର୍ଥ ଶୋ’ ଛାଡ଼ିଛନ୍ତି କି ନାହିଁ, ତାହା ଆଗାମୀ ଏପିସୋଡ୍‌ ଦେଖିଲେ ହି ଜଣାପଡ଼ିବ।

ସୂଚନାଯୋଗ୍ୟ, ହିନା ଚତୁର୍ଥ ଥର ପାଇଁ ‘ବିବି ହାଉସ୍‌’ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ତେବେ ଏଥର ସେ ଆସିବାର ଏକ ଖାସ୍‌ ଉଦ୍ଦେଶ୍ୟ ରହିଛି। ବାସ୍ତବରେ ହିନା କେବଳ ଟାସ୍କ କରାଇବାକୁ ନୁହେଁ ବରଂ ନିଜ ଡେବ୍ୟୁ ଫିଲ୍ମର ପ୍ରୋମୋସନ୍‌ କରିବା ପାଇଁ ଆସିଛନ୍ତି। ନିକଟରେ ତାଙ୍କ ଫିଲ୍ମ ‘ହ୍ୟାକ୍ଡ’ର ଟ୍ରେଲର୍‌ ମଧ୍ୟ ରିଲିଜ୍‌ ହୋଇଯାଇଛି, ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଫିଲ୍ମଟି ବିକ୍ରମ ଭଟ୍ଟଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଛି। ଏହା ଫେବ୍ରୁଆରୀ ୭ ତାରିଖରେ ରିଲିଜ୍ ହେବ।



from Odisha Reporter https://ift.tt/38rjftQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages