ଦୀପିକାଙ୍କୁ ଅନ୍ତର୍ଜାତୀୟ ସମ୍ମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 20, 2020

ଦୀପିକାଙ୍କୁ ଅନ୍ତର୍ଜାତୀୟ ସମ୍ମାନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ନିଜ ଅଭିନୟ ଯାଦୁରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କିଛି ବର୍ଷ ମଧ୍ୟରେ ସେ ନିଜ ଫିଲ୍ମ  ଜରିଆରେ କେବଳ ଦର୍ଶକଙ୍କ ହୃଦୟ ଜିଣିନାହାନ୍ତି, ଷ୍ଟାରଡମ୍‌ ବି ହାସଲ୍‌ କରିଛନ୍ତି। କେବଳ ଅଭିନୟ ପାଇଁ ନୁହେଁ, ସେ ସେ ନିଜ ଲିଭ୍‌ ଲଭ୍ ଲାଫ୍‌ ଫାଉଣ୍ଡେଶନ୍‌ ପାଇଁ ମଧ୍ୟ ବେଶ୍ ସୁନାମ ଅର୍ଜନ କରିଛନ୍ତି। ଏହି ଫାଉଣ୍ଡେଶନ୍‌ ଜରିଆରେ ମାନସିକ ସ୍ୱାସ୍ଥ୍ୟ ନେଇ ଲୋକଙ୍କୁ ସଚେତନ କରାଉଥିବା ଯୋଗୁ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ କରାଯିବ।

ଦୀପିକାଙ୍କୁ ୱର୍ଲଡ ଇକୋନୋମିକ ଫୋରମ୍ କ୍ରିଷ୍ଟଲ ଆୱାର୍ଡ଼ରେ ସମ୍ମାନିତ କରିଛି। ୨୦୨୦ର ଏହି ବିଜେତା ତାଲିକାରେ ଦୀପିକା ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି। ତାଙ୍କର ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି। ସ୍ୱିଜରଲ୍ୟାଣ୍ଡର ଡାଭୋସ୍‌ରେ ଆୟୋଜିତ ୨୬ତମ କ୍ରିଷ୍ଟଲ ଆୱାର୍ଡ଼ରେ ତାଙ୍କୁ ସମ୍ମାନିତ କରାଯାଇଛି।

ଦୀପିକା ଆୱାର୍ଡ଼ ନେବା ସମୟର ଫଟୋ ଓ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେଉଛି। ଫଟୋରେ ସେ ଏକ ପର୍ପଲ କଲର୍‌ର ସୁନ୍ଦର ଗାଉନ୍‌ ପିନ୍ଧି ହାତରେ ଆୱାର୍ଡ଼ ଧରିଥିବା ଦେଖିବାକୁ ମିଳିଛି। ନିକଟରେ ଦୀପିକାଙ୍କ ଫିଲ୍ମ ‘ଛପାକ୍‌’ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମଟି ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲଙ୍କ କାହାଣୀ ଉପରେ ଆଧାରିତ। ଫିଲ୍ମଟି ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିପାରିଲାନି ସତ କିନ୍ତୁ କ୍ରିଟିକ୍ସ ଏହି ଫିଲ୍ମର ବେଶ୍ ପ୍ରଶଂସା କରିଛନ୍ତି।

 



from Odisha Reporter https://ift.tt/38rXZnX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages