ଅଜବ ଡ୍ରେସ୍‌ ପିନ୍ଧି ଟ୍ରୋଲ୍‌ ହେଲେ ରଣବୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 26, 2020

ଅଜବ ଡ୍ରେସ୍‌ ପିନ୍ଧି ଟ୍ରୋଲ୍‌ ହେଲେ ରଣବୀର

ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂହ ନିଜ ଫିଲ୍ମ ପାଇଁ ଯେତିକି ଚର୍ଚ୍ଚାରେ ରହନ୍ତି ନିଜ ଡ୍ରେସିଂ ସେନ୍ସକୁ ନେଇ ବି ସେତିକି ଚର୍ଚ୍ଚାରେ ରହନ୍ତି। ସେ ପ୍ରାୟ ସମୟରେ ଅଜବ ଅଜବ ଡ୍ରେସ୍ ପିନ୍ଧନ୍ତି। ଏଥିପାଇଁ ବହୁ ଲୋକ ତାଙ୍କୁ ସୋଶାଲ୍ ମିଡିଆରେ ଟ୍ରୋଲ୍‌ କରନ୍ତି। ହେଲେ ତାଙ୍କୁ କିଛି ଫରକ ପଡ଼େନି। ତାଙ୍କର ଯାହା ଇଚ୍ଛା ହୁଏ, ସେ ତାହା ହିଁ କରନ୍ତି। ଏବେ ପୁଣି ସେମିତି ଏକ ଅଜବ ଡ୍ରେସିଂ ଷ୍ଟାଇଲ୍‌ ପାଇଁ ତାଙ୍କୁ ଟ୍ରୋଲ୍ କରାଯାଉଛି।

ମୁମ୍ବାଇ ଏୟାର୍‌ ପୋର୍ଟରେ ସେ ଏକଦମ୍‌ ହଟ୍‌କେ ଲୁକ୍‌ରେ ପହଞ୍ଚିଥିଲେ। ସେ ବ୍ଲାକ୍‌ ଆଣ୍ଡ ହ୍ୱାଇଟ୍‌ର ପୋଲ୍‌କା ଡଟ୍‌ ଶର୍ଟ ସହ ମ୍ୟାଚିଂ ଟେଲ୍‌ ବାଲା କ୍ୟାପ୍‌ ଓ ପିଙ୍କ୍ ଆଣ୍ଡ ଗୋଲ୍ଡେନ୍ ଷ୍ଟ୍ରାଇପ୍‌ ପ୍ୟାଣ୍ଟ ସହ ପିଙ୍କ କଲର୍‌ର ଜୋତା ପିନ୍ଧିଥିଲେ। ରଣବୀରଙ୍କ ଏହି ଅତରଙ୍ଗୀ ଲୁକ୍‌ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ଫ୍ୟାନ୍‌ମାନେ ରଣବୀରଙ୍କୁ ଏହି ଫଟୋ ପାଇଁ ଲଗାତାର ଟ୍ରୋଲ୍‌ କରୁଛନ୍ତି। ପ୍ରାୟ ସମସ୍ତେ ତାଙ୍କର ମଜା ଉଡ଼ାଉଛନ୍ତି। କେହି କେହି କହୁଛନ୍ତି ଯେ ସେ ତାଙ୍କ ପତ୍ନୀ ଦୀପିକାଙ୍କ ପୋଷାକ ପିନ୍ଧି ଦେଇଛନ୍ତି। କାରଣ ଦୀପିକା ପୋଲ୍‌କା ଡଟ୍‌ ପିନ୍ଧିବାକୁ ଭାରି ଭଲପା’ନ୍ତି। ରଣବୀର ପିନ୍ଧିଥିବା ଶର୍ଟ ଦୀପିକାଙ୍କ ପାଖରେ ମଧ୍ୟ ଅଛି। ନିକଟରେ ଏକ ଇଭେଣ୍ଟରେ ସେ ଏଭଳି ଶର୍ଟକୁ ପିନ୍ଧିଥିଲେ। ତେଣୁ ବର୍ତ୍ତମାନ ଦୀପିକାଙ୍କ ସହ ରଣବୀରଙ୍କ ଫଟୋକୁ ମିଶାଇ ଟ୍ରୋଲ୍‌ କରାଯାଉଛି।

ସୂଚନାଯୋଗ୍ୟ, ରଣବୀର ଖୁବ୍‌ଶୀଘ୍ର  ଫିଲ୍ମ ‘୮୩’ରେ ନଜର ଆସିବେ। ଏହି ଫିଲ୍ମରେ ସେ ମହାନ୍ କ୍ରିକେଟର ତଥା ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ କପିଲ୍‌ ଦେବ୍‌ଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ୧୯୮୩ରେ ଭାରତର ପ୍ରଥମ ୱାର୍ଲଡକପ୍‌ ବିଜୟର କାହାଣୀ ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି କବୀର ଖାନ୍‌।



from Odisha Reporter https://ift.tt/30SjBam

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages